ଟିକେଟ ତାଲିକାରେ ନାଁ ଥିବା କଂଗ୍ରେସ ନେତା ବିଶୃଙ୍ଖଳା କଲେ ତାଙ୍କ ଟିକେଟ୍ କଟିବ କହିଲେ ନିରଂଜନ, ସଗରିଆଙ୍କ ଚେତାବନୀ କାଟିକି ଦେଖାଓ

Published By : Prameya-News7 Bureau | November 22, 2018 IST

ଭୁବନେଶ୍ବର୨୨|୧୧: ବିଶୃଙ୍ଖଳାକାରୀଙ୍କ ପାଇଁ କଂଗ୍ରେସ ଟାଣିଲା ଲକ୍ଷ୍ମଣରେଖା । ଟିକେଟ ତାଲିକାରେ ନାଁ ଥିବା କଂଗ୍ରେସ ନେତା, ବିଶୃଙ୍ଖଳା କଲେ ତାଙ୍କ ଟିକେଟ୍ କଟିବ । ଏଭଳି ଚେତାବନୀ ଶୁଣାଇଛନ୍ତି ପସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କୃଷ୍ଣଚନ୍ଦ୍ର ସଗରିଆଙ୍କ ନାଁ ଏଆଇସିସି ପାଖକୁ ଯାଇଥିବାରୁ ଏଆଇସିସି, କୃଷ୍ଣଙ୍କ ଉପରେ ପଦକ୍ଷେପ ନେବ । ଏପଟେ ସଗରିଆଙ୍କ ଉପରେ ପିସିସି ସଭାପତିଙ୍କ ତାଗିଦର କିଛି ପ୍ରଭାବ ପଡିନି । ବରଂ ଓଲଟା ଚେତାବନୀ ଶୁଣାଇଛନ୍ତି ସଗରିଆ । ବିଶୃଙ୍ଖଳା ପାଇଁ କଡା ଆଭିମୁଖ୍ୟ ଗ୍ରହଣ କଲା କଂଗ୍ରେସ । ବିଶୃଙ୍ଖଳାକାରୀକୁ ମିଳିବନି ଟିକେଟ ଟିକେଟ ତାଲିକାରେ ନାଁ ଚଢ଼ିଥିଲେ ବି କାଟି ଦିଆଯିବ ଅବୁଝା ନେତାଙ୍କୁ ଟ୍ରାକକୁ ଆଣିବାକୁ ସର୍ତକବାଣୀ ଶୁଣାଇଲେ ପିସିସି ସଭାପତି । ଏଆଇସିସିକୁ ତାଲିକା ଯାଇଥିଲେ ବି ଟିକେଟ ମିଳିବ ନାହିଁ ବୋଲି ରୋକ୍ ଠୋକ୍ ଶୁଣାଇ ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ । ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ଦଳ ଏଭଳି ଆଭିମୁଖ୍ୟ ଗ୍ରହଣ କରିଛି । କାରଣ ସଗରିଆଙ୍କୁ ଡାକି ନିଜେ ସଭାପତି ଓ ପ୍ରଭାରୀ ଆଲୋଚନା କରିଥିଲେ । ଗଣମାଧ୍ୟମକୁ ନଯାଇ ଦଳୀୟ ସମସ୍ୟାକୁ ଦଳ ଭିତରେ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ସେ ମାନି ନାହାନ୍ତି । ସଗରିଆଙ୍କ ଉପରେ ଉଚ୍ଚସ୍ତରୀୟ କମିଟି ଏଆଇସିସିକୁ ରିର୍ପୋଟ ଦେଇଛି । ଏଭଳି ସ୍ଥିତିରେ ଏଆଇସିସି ନିଷ୍ପତ୍ତି ନେବ ବୋଲି କହିଛନ୍ତି ନିରଞ୍ଜନ । ଏହା ସହ ଯେଉଁନେତାମାନେ ପଛରେ ରହି କଂଗ୍ରେସକୁ  ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ବିରୋଧରେ ବି ହେବ କାର୍ଯ୍ୟନୁଷ୍ଠାନ । ବିରୋଧୀ ଦଳ ନେତାଙ୍କୁ ଚିଠି ଲେଖି ବିବାଦ ସୃଷ୍ଟି କରିଥିବା ପୂର୍ବତନ ବିଧାୟକ କୃଷ୍ଣ ସଗରିଆ, ପିସିସି ସଭାପତିଙ୍କ ଚେତବାନୀକୁ ଡରି ନାହାନ୍ତି । ସେ କିଛି ଭୁଲ କରିନାହାନ୍ତି କି ବିଶୃଙ୍ଖଳିତ କାର୍ଯ୍ୟ କରି ନଥିବା କହିଛନ୍ତି । କାହିଁକି ତାଙ୍କ ଟିକେଟ୍ କଟାଯିବ ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି । ଆଉ ଯଦି ଟିକେଟ୍ କଟାଯାଏ, ତାର ଜବାବ ଦେବାକୁ ସେ ପ୍ରସ୍ତୁତ ଥିବା ଚେତାବନୀ ଶୁଣାଇ ଦେଇଛନ୍ତି । ସଭାପତି ପରେ ସଭାପତି ବଦଳୁଛନ୍ତି । ହେଲେ ଗୋଷ୍ଠୀ ବିବାଦ କଂଗ୍ରେସର ପିଛା ଛାଡୁନି । ସଗରିଆ ବିବାଦ ଏବେ ଦଳର ଛବିକୁ ଡ୍ୟାମେଜ କଲାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.