ଶ୍ରୀକାନ୍ତଙ୍କ ବିରୋଧରେ ଆକ୍ସନ ପାଇଁ କଂଗ୍ରେସ ଶୃଙ୍ଖଳା କମିଟିର ସୁପାରିଶ

Published By : Prameya-News7 Bureau | December 13, 2018 IST

ଭୁବନେଶ୍ବର ୧୩|୧୨: ଶ୍ରୀକାନ୍ତ ଜେନାଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠନ ହେବ ? କ’ଣଶ୍ରୀକାନ୍ତଙ୍କୁ ଦଳରୁ ବହିଷ୍କାର କରାଯିବ ? ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ନେତୃବୃନ୍ଦ ତହୁଂକାର ଛାଡୁଛନ୍ତି ତଥାପି ବି ଦୋ ଦୋ ପାଞ୍ଚ । କାରଣ ସବୁ ନିଷ୍ପତ୍ତି ନିର୍ଭର କରୁଛି ଏଆଇସିସିଉପରେ । ବୁଧବାର ଶ୍ରୀକାନ୍ତ ଜେନାଙ୍କ  ବିରୋଧରେବସିଥିଲା ଦଳର ଶୃଙ୍ଖଳା କମିଟି ବୈଠକ । ହେମାନନ୍ଦ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ବୋଲି ଅଧିକାଂଶ ମତ ଦେଇଥିଲେ । ତେବେ ସେ ଏଆଇସିସିସଦସ୍ୟ ହୋଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଏଆଇସିସିକୁ ସୁପାରିଶକରାଯାଇଛି । ସେ ବିଭିନ୍ନ ଗଣମାଧ୍ୟମରେ ଦେଇଥିବା ବୟାନ ସହିତ ତାଙ୍କ ବିଭିନ୍ନ କାର୍ଯ୍ୟାବଳୀ ସମ୍ପର୍କରେଏଆଇସିସିକୁ ତଥ୍ୟ ପ୍ରମାଣ ସହିତ ଅବଗତ କରାଯିବ । ସେପଟେ ଶ୍ରୀକାନ୍ତ କହିଛନ୍ତି ସେ କ’ଣ ଭୁଲ କରିଛନ୍ତିସେ ନିଜେ ଜାଣନ୍ତି ନାହିଁ ।

wp:core-embed/youtube {"url":"https://www.youtube.com/watch?v=ZPye44Z1oZU","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=ZPye44Z1oZU
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.