ଗଣମାଧ୍ୟମରେ ବୁଲୁଥିବା କଂଗ୍ରେସର ପ୍ରାର୍ଥୀ ତାଲିକା ଠିକ୍ ନୁହେଁ ବୋଲି କହିଲେ କଂଗ୍ରେସ

Published By : Prameya-News7 Bureau | March 07, 2019 IST

ଭୁବନେଶ୍ବର ୭|୩ : ଗଣମାଧ୍ୟମରେ ବୁଲୁଥିବା କଂଗ୍ରେସର ପ୍ରାର୍ଥୀ ତାଲିକା ଠିକ୍ ନୁହେଁ ବୋଲି ସୂଚନା ଦେଇଛନ୍ତି କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟ ନାୟକ । ପିସିସି ଅଫିସିଆଲ ଏଭଳି କୌଣସି ପ୍ରାର୍ଥୀ ତାଲିକା ଜାରି କରି ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ତେବେ ଗଣମାଧ୍ୟମରେ ବୁଲୁଥିବା ଏଭଳି ତାଲିକା ଦ୍ବନ୍ଦ୍ବ ସୃଷ୍ଟି କରୁଛି ।

ଗଣମାଧ୍ୟମରେ ବୁଲୁଥିବା ତାଲିକାକୁ ବିଶ୍ବାସ କରନ୍ତୁ ନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ପିଇସି ପକ୍ଷରୁ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନ ପାଇଁ ତାଲିକା ହୋଇଛି ଓ ତାଲିକାକୁ ସିଇସି ଓ ଏଆଇସିସିକୁ ପଠାଯାଇଛି । ତେବେ ଗଣମାଧ୍ୟମରେ ବୁଲୁଥିବା ତାଲିକା ସେ ତାଲିକା ନୁହେଁ ବୋଲି କଂଗ୍ରେସ କହିଛି । ଆଜି ଏ ନେଇ କଂଗ୍ରେସ ପକ୍ଷରୁ ଏକ ପ୍ରେସମିଟ୍ କରାଯାଇ ସ୍ପଷ୍ଟୀକରଣ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.