ତେଲ ଓ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ଶଗଡ ଉପରେ ଚାଲିଥିଲା କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ପ୍ରଦର୍ଶନ, ଘଟିଲା ଅଘଟଣ, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | July 10, 2021 IST

ମୁମ୍ବାଇ ୧୦।୦୭: ପେଟ୍ରୋଲ ଓ ଡିଜେଲ୍‌ଠୁ ନେଇ ରୋଷେଇ ଗାସ୍‌ ଦାମ୍ ଆକାଶଛୁଆଁ ହେବା ସାଧାରଣ ଜନତାଙ୍କୁ କରିଛି କଲବଲ୍। ବର୍ଦ୍ଧିତ ତୈଳ ଦାମକୁ ନେଇ ଦେଶର ବିଭିନ୍ନ ଭାଗରୁ ଉଠିଲାଣି ପ୍ରତିବାଦର ସ୍ଵର। ବିରୋଧୀ ମଧ୍ୟ ଏହାକୁ ଅସ୍ତ୍ର କରି କେନ୍ଦ୍ର ସରକାରଙ୍କୁ ଘେରିବାକୁ ଅଣ୍ଟା ଭିଡିଛନ୍ତି। ଏହି କ୍ରମରେ ମୁମ୍ଵାଇରେ ମଧ୍ୟ ଶନିବାର କଂଗ୍ରେସ କାର୍ଯ୍ୟକର୍ତ୍ତା ଦର ଦାମ ବୃଦ୍ଧି ବିରୋଧରେ ପ୍ରଦର୍ଶନ କରିଛନ୍ତି। ହେଲେ ଏହି ସମୟରେ ଘଟିଛି ଅଘଟଣ।

ମୁମ୍ବାଇରେ କଂଗ୍ରେସ କାର୍ଯ୍ୟକର୍ତ୍ତା ଏକ ଶଗଡରେ ବସି ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ମାତ୍ର ଶଗଡରେ ବସିଥିବା ନେତାଙ୍କ ମଧ୍ୟରେ ପଡି ଯାଇଥିଲା ଚହଳ। ସମସ୍ତେ ରାହୁଲ ଗାନ୍ଧୀଙ୍କ ସମର୍ଥନରେ ନାରାବାଜି କରୁଥିଲେ। ହେଲେ ଶଗଡରେ ଏତେ ଜଣ ଲୋକ ଚଢି ଯାଇଥିଲେ ଯେ, ତାହା ଭାର ସହିନ ପାରି ଭୁଶୁଡି ପଡିଥିଲା। ସମସ୍ତେ ଅଚାନକ ତଳକୁ ଖସି ପଡିଥିଲେ। ସୌଭାଗ୍ୟବଶତଃ କେହି ଗୁରୁତର ଆହତ ହୋଇ ନାହାନ୍ତି।

wp:html /wp:html

ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, କଂଗ୍ରେସ କାର୍ଯ୍ୟକର୍ତ୍ତା ହାତରେ ପ୍ଲାକାର୍ଡ, ଜାତୀୟ ପତାକା ଏବଂ ସିଲିଣ୍ଡ ଧରି ଶଗଡ ଉପରେ ଚଢି ତେଲ ଦାମ ଏବଂ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ନାରାବାଜି ଦେଉଛନ୍ତି। ହେଲେ ଅଚାନକ ଶଗଡ ଭୁଶୁଡିବାରୁ ସମସ୍ତେ ଢୋଢା ହୋଇ ତଳେ ଖସି ପଡୁଛନ୍ତି। ପରେ ପରସ୍ପରକୁ ଉଠାଇ ସ୍ଥିତି ନିୟନ୍ତ୍ରଣ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.