Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଆବାସ ଯୋଜନାରେ ଟଙ୍କା ନେଣଦେଣ ଅଡିଓ ଭାଇରାଲ୍ ପରେ ୨ ଭାଇଙ୍କୁ ମାଡ ଘଟଣା : ସରପଞ୍ଚଙ୍କ ଗିରଫ ଦାବି କଲା କଂଗ୍ରେସ

29/06/2021 at 12:38 PM

ଭଦ୍ରକ ।୬: ଭଦ୍ରକ ବ୍ଲକ୍ ଗୋରାମାଟି ପଞ୍ଚାୟତରେ ଆବାସ ଯୋଜନାରେ ଟଙ୍କା ନେଣଦେଣର ଅଡିଓ ଭାଇରାଲ ହେବା ପରେ ଦୁଇ ଭାଇଙ୍କୁ ସରପଞ୍ଚ ଓ ସମର୍ଥକମାନେ ମାଡ ମାରିଥିବା ଅଭିଯୋଗରେ ସରପଞ୍ଚଙ୍କୁ ଗିରଫ ଦାବିରେ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆରକ୍ଷୀ ଅଧୀକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧିନସ୍ଥ ଗୋରାମାଟି ପଞ୍ଚାୟତର ଖଗେଶ୍ଵର ରଣା ଆବାସ ଯୋଜନାରେ ଘର ପାଇଥିଲେ।  ତେବେ ପ୍ରଥମ କିସ୍ତି ଟଙ୍କା ଉଠାଣ ବେଳେ ସରପଞ୍ଚଙ୍କ ସହଯୋଗୀଙ୍କୁ ଦୁଇ ହଜାର ଟଙ୍କା ଦେଇଥିଲେ।  ପରେ ଅଧିକ ଟଙ୍କାକୁ ନେଇ ସରପଞ୍ଚଙ୍କ ସହଯୋଗୀ ଓ ହିତାଧିକାରୀଙ୍କ ପୁଅ ମଧ୍ୟରେ ହୋଇଥିବା କଥାବାର୍ତ୍ତାକୁ ଖଗେଶ୍ଵରଙ୍କ ପୁଅ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ।  ତେବେ ପରେ ଏହି ଘଟଣାକୁ ନେଇ ସରପଞ୍ଚ ଓ ତାଙ୍କ ସହଯୋଗୀ ଖଗେଶ୍ଵରଙ୍କ ଦୁଇ ପୁଅଙ୍କୁ ଘର ଭିତରେ ପୁରାଇ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି।  ଗୁରୁତର ହୋଇ ଦୁଇ ଭାଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ।  ଏନେଇ ଖଗେଶ୍ଵରଙ୍କ ସ୍ତ୍ରୀ ସାବରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଘଟଣାକୁ ୩ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ବେଳେ, ସରପଞ୍ଚଙ୍କୁ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ଆରକ୍ଷୀ ଅଧୀକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।  ଯଦି ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ, ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି।

   Related Posts