Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରୋଗୀଙ୍କ ମୁଣ୍ଡରେ କ୍ରିକେଟ ବଲ୍ ଭଳି ବ୍ଲାକ୍ ଫଙ୍ଗସ୍, ଆଇଜିଆଇଏମଏସରେ ଅପରେସନ କରି ବାହାର କଲେ ଡାକ୍ତର
  • ||
  • ୧୬ରୁ ଖୋଲିବ ସମସ୍ତ କେନ୍ଦ୍ରୀୟ କୀର୍ତ୍ତିରାଜି, କୋଭିଡ଼ କଟକଣା ମାନିବାକୁ ASI ପକ୍ଷରୁ ନିର୍ଦ୍ଦେଶନାମା
  • ||
  • ମୁହାଁମୁହିଁ ହେଲେ ୨ କାର୍, ସାମ୍ବାଦିକଙ୍କ ସମେତ ୩ ଗୁରୁତର
  • ||
  • ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପୂର୍ବରୁ ଜାଡେଜାଙ୍କ ଦମଦାର୍ ବ୍ୟାଟିଂ : ବଢିଲା ନ୍ୟୁଜିଲାଣ୍ଡର ଚିନ୍ତା, ବିସିସିଆଇ ପୋଷ୍ଟ୍ କଲା ଭିଡିଓ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୪୩୩୯ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୩୪୬ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ମୋହନା ବାପା-ପୁଅ ହତ୍ୟା ଘଟଣା : ୧୨ ଅଟକ, ଗୁଣି ଗାରେଡି ସନ୍ଦେହରୁ ଡବଲ୍ ମର୍ଡର୍ !
  • ||
  • ଇସ୍ରାଏଲ୍‌ରେ ସରିଲା ନେତ୍‌ନ୍ୟାହୁଙ୍କ ଶାସନ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ସାରା ରାଜ୍ୟକୁ ଛୁଇଁଲା ମୌସୁମୀ : ୧୬ ଯାଏଁ ପାଗ ମେଘୁଆ, ହେବ ବିକ୍ଷିପ୍ତ ବର୍ଷା
  • ||

ବେବିନା ମାମଲା : ଜଷ୍ଟିସ୍ ପି କେ ମହାନ୍ତି କମିଶନ ରିପୋର୍ଟ କୁଆଡେ ଗଲା ବୋଲି ପ୍ରଶ୍ନ କଲା କଂଗ୍ରେସ, କ୍ରାଇମବ୍ରାଞ୍ଚ ଆଇଓ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

7/01/2019 at 1:12 PM

ଭୁବନେଶ୍ବର ୭|୧: ବେବିନା ଦୁଷ୍କର୍ମ ଏବଂ ହତ୍ୟା ମାମଲା ରାୟ ସଂପର୍କରେ ଅମାନବୀୟ ମନ୍ତବ୍ୟ ଦେଇ ପ୍ରଦୀପ ମହାରଥୀଙ୍କ ମନ୍ତ୍ରୀ ପଦ ଯିବା ପରେ ମଧ୍ୟ ବିଜେଡି ଉପରେ ବିରୋଧୀଙ୍କ ଆକ୍ରମଣ  ଥମିବାର ନାଁ ନେଉନାହିଁ । ଆଜି ପ୍ରଦେଶ କଂଗ୍ରେସ କମିଟି ଏହି ପ୍ରସଙ୍ଗରେ ନୂଆ ଦାବି ଉଠାଇଛି । ବେବିନା ଘଟଣାରେ ରାଜ୍ୟ ସରକାର ବସାଇଥିବା ପି କେ ମହାନ୍ତି କମିଶନ ୨୦୧୬ ମାର୍ଚ୍ଚ ମାସରୁ ସରକାରଙ୍କୁ ୪ଶହ ପୃଷ୍ଠାର ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରିଛନ୍ତି । କିନ୍ତୁ ରାଜ୍ୟ ସରକାର ଏହି ରିପୋର୍ଟକୁ କାହିଁକି ସର୍ବସାଧାରଣ ନକରି ଚାପି ବସିଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି । କଂଗ୍ରେସ ମିଡିଆ ସେଲ୍ ର ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଏବଂ ସୁଦର୍ଶନ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, କାହା ସ୍ବାର୍ଥ ପାଇଁ ରାଜ୍ୟ ସରକାର ପି କେ ମହାନ୍ତି କମିଶନଙ୍କ ରିପୋର୍ଟକୁ ଆଜି ପର୍ଯ୍ୟନ୍ତ ବିଧାନସଭାରେ ଉପସ୍ଥାପନ କରିନାହାନ୍ତି ।

କ୍ରାଇମବ୍ରାଞ୍ଚ ଓ ବିଜେଡି ଭିତରେ ସଲାସୁତରା ହୋଇ ଅଭିଯୁକ୍ତମାନଙ୍କୁ ଖସାଇ ଦିଆଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ମାମଲାର ୨ଜଣ ଗୁରୁତ୍ବପୂର୍ଣ୍ଣ ସାକ୍ଷୀ ଦୁଯ୍ୟୋଧନ ସ୍ବାଇଁ ଏବଂ ଧରଣୀଧର ସାହୁ କ୍ରାଇମବ୍ରାଞ୍ଚକୁ ଯେଉଁ ବୟାନ ଦେଇଥିଲେ ଅଦାଲତରେ କାହିଁକି ସେ ବୟାନ ଦେଲେନାହିଁ ତାହା ମଧ୍ୟ ଏକ ବଡ ପ୍ରଶ୍ନବାଚୀ । କ୍ରାଇମବ୍ରାଞ୍ଚ ଜାଣିଶୁଣି ବିଜେଡି ପ୍ରରୋଚନାରେ ଏ ଦୁଇ ଜଣଙ୍କୁ ସାକ୍ଷୀ କରିଥିଲା ଓ ସେହି ପ୍ରରୋଚନାରେ ଏମାନେ ଅଦାଲତରେ ବୟାନ ବଦଳାଇଦେଲେ ବୋଲି କଂଗ୍ରେସ କହିଛି । ତଦନ୍ତରେ ଅବହେଳା ପାଇଁ ବା ଠିକ୍ ଢଙ୍ଗରେ ତଦନ୍ତ ନକରିବା ଯୋଗୁଁ ଯଦି ବେବିନା ମାମଲାର ଦୁଇ ଅଭିଯୁକ୍ତ ଖସିଗଲେ ତାହେଲେ ମାମଲାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ଆର ସି ସେଠୀଙ୍କ ବିରୋଧରେ କାହିଁକି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

ଗୃହ ବିଭାଗ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧିନରେ ରହିଛି । କ୍ରାଇମବ୍ରାଞ୍ଚର ବିଫଳତା ନେଇ ନବୀନ ବାବୁ ଉତ୍ତର ଦାୟିତ୍ବ ନେବା ସହ ନିଜ ପଦରୁ ଇସ୍ତଫା ଦିଅନ୍ତୁ ଓ ରାଜ୍ୟବାସୀଙ୍କ ପାଖରେ କ୍ଷମା ମାଗନ୍ତୁ ବୋଲି କଂଗ୍ରେସ ଦାବି କରିଛି । ସାମ୍ବାଦିକ ସମ୍ମିଳନୀରେ ନିଶିକାନ୍ତ ମିଶ୍ର ଓ ଓମ୍ ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

   Related Posts