କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ

Published By : Prameya-News7 Bureau | December 08, 2021 IST

ଭୁବନେଶ୍ବର ୮।୧୨: ଯଥାଶୀଘ୍ର କୃଷି ଋଣ ଛାଡ ସହ ଚାଷୀଙ୍କ ଫସଲ କ୍ଷୟକ୍ଷତି ବାବଦକୁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା ପାଇଁ ଦାବି କଲା କଂଗ୍ରେସ । ଗତ ରେକର୍ଡ ବର୍ଷାରେ ଚାଷୀଙ୍କ ଫସଲ ନଷ୍ଟ ହୋଇଥିବାରୁ ସ୍ବତନ୍ତ୍ର ପ୍ୟାକେଜ ଦାବି କରିଛି ଦଳ ।  ଏହାସହ ରିଲିଫ କୋଡ୍ ବଦଳାଇବାକୁ ବି କଂଗ୍ରେସ ଦାବି କରିଛି। ନେହେଲେ  ୧୫ରୁ ଆନ୍ଦୋଳନକୁ ଓହ୍ଲାଇବ କିଷାନ କଂଗ୍ରେସ ।  

ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ପଦ୍ମାକର ଗୁରୁ ଦାବି ଜଣାଇଛନ୍ତି । ଦଳର ଜିଲ୍ଲା ସ୍ତରର ନେତାମାନେ ବିଭିନ୍ନ ଅଞ୍ଚଳ ଗ୍ରାଉଣ୍ଡକୁ ଯାଇ ଦେଖିଥିଲେ । ଯେଉଁ ରିପୋର୍ଟ ଆସିଛି ତାହା ଅତ୍ୟନ୍ତ ଦୁଃଖଦାୟକ। ରେକର୍ଡ ବର୍ଷାରେ ଚାଷୀକୂଳ ଅତ୍ୟବ୍ୟସ୍ତ ରାତିରେ ଶୋଇ ପାରୁନାହାନ୍ତି । ରାଜ୍ୟ ସରକାର ଶୀଘ୍ର କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବା କଥା ।

ମଙ୍ଗଳବାର ପିସିସି ସଭାପତି ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ । କୌଣସି ଉତ୍ତର ନାହିଁ କି ବିଧାନସଭାରେ ମଧ୍ୟ ଆଲୋଚନା ହୋଇପାରୁନି । ଏଭଳି ସ୍ଥିତିରେ ବିଧାନସଭାକୁ ଶାସକ ଦଳ ଚଲାଇ ଦେଉନାହିଁ । ମୁଖ୍ୟମନ୍ତ୍ରୀ ବିଧାନସଭା ମଧ୍ୟ ଆସୁନାହାନ୍ତି । କେବଳ ଲୋକଙ୍କୁ ଭୁଆଁ ବୁଲାଇବାକୁ ଶାସକ ଦଳ ଗୃହ ଚଲାଇ ପାରୁନାହିଁ । ଚାଷୀଙ୍କ ପାଇଁ ସରକାରଙ୍କ ଦରଦ କେତେ ଦେଖନ୍ତୁ । ଏପର୍ଯ୍ୟନ୍ତ ଭାଗଚାଷୀ ଆଇନ ସରକାର ଏପର୍ଯ୍ୟନ୍ତ ଆଣିପାରିଲେ ନାହିଁ । ତେଣୁ ଯଥାଶୀଘ୍ର କୃଷି ଋଣ ଛାଡ ସହ ସ୍ବତନ୍ତ୍ର ପ୍ୟାକେଜ ଦାବି କରିଛ କଂଗ୍ରେସ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.