ସିଦ୍ଧୁଙ୍କ ପାକିସ୍ତାନ ସ୍ୱାଗ : ଦଳରୁ ବହିଷ୍କାର କରିବା ପାଇଁ କଂଗ୍ରେସ ନେତାଙ୍କ ଦାବି, କଳା ପତାକା ଦେଖାଇ ବିରୋଧ ପ୍ରଦର୍ଶନ

Published By : Prameya-News7 Bureau | February 17, 2019 IST

ଚଣ୍ଡୀଗଡ଼ ୧୭/୨ : ପଞ୍ଜାବର କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁ ପାକିସ୍ତାନ ସପକ୍ଷରେ ବୟାନ ଦେଇ ଟ୍ରଲର ଶିକାର ହେବା ସହ ତାଙ୍କୁ କପିଲ ଶର୍ମା ଶୋ'ରୁ ବିଦା କରିଦିଆଯାଇଛି | ତଥାପି ସିଦ୍ଧୁଙ୍କ ପାକିସ୍ତାନ ପ୍ରେମ ବାଦ ପଡ଼ିନାହିଁ | ପୁଲୱାମା ଆତ୍ମଘାତୀ ହମଲାରେ ୪୨ ଯବାନ ସହିଦ ହେବାପରେ ମଧ୍ୟ ପାକିସ୍ତାନ ସହ ସୁସମ୍ପର୍କ ରଖିବା ପାଇଁ ମତ ଦେଇଛନ୍ତି ସିଦ୍ଧୁ | ସିଦ୍ଧୁଙ୍କ ଏହି ବୟାନ ପରେ କଂଗ୍ରେସ ମଧ୍ୟ ତାଙ୍କୁ ବିରୋଧ କରିଛି | ସିଦ୍ଧୁ ନିଜେ କଂଗ୍ରେସର ମନ୍ତ୍ରୀ ହୋଇଥିଲେ ସୁଦ୍ଧା ତାଙ୍କୁ ଦଳରୁ ବରଖାସ୍ତ କରିବା ପାଇଁ ଦାବି ହୋଇଛି | ଲୁଧିଆନାର କଂଗ୍ରେସ ମହାସଚିବ ପବନ ଦିୱାନ ସିଦ୍ଧୁଙ୍କୁ କଂଗ୍ରେସରୁ ବରଖାସ୍ତ କରି ତାଙ୍କ ଉପରେ ଦେଶଦ୍ରୋହ ମାମଲା ରୁଜ୍ଜୁ କରିବା ପାଇଁ ଦାବି କରିଛନ୍ତି |

{"id":86027}


ଗତକାଲି ସିଦ୍ଧୁ ପାକିସ୍ତାନ ସପକ୍ଷରେ ବୟାନ ଦେଇଥିଲେ ଯେ, ଆତଙ୍କବାଦ ହମଲା ପାଇଁ କୌଣସି ଦେଶକୁ ଦୋଷାରୋପ କରିବା ଅନୁଚିତ | କେତେକେ ଦୁଷ୍ଟ ପ୍ରକୃତିର ଲୋକ ତଥା ଆତଙ୍କବାଦୀଙ୍କ ପାଇଁ ଦେଶ ବଦନାମ ହେଉଛି | କିଛି ଆତଙ୍କବାଦୀଙ୍କ କାରନାମା ପାଇଁ ଉଭୟ ଦେଶର ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ହେବା କଥା ନୁହେଁ ବୋଲି କହିଥିଲେ ସିଦ୍ଧୁ | ସିଦ୍ଧୁଙ୍କ ବୟାନକୁ ନେଇ ରାଜ୍ୟ ଏବଂ ଦେଶର ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଥିଲା | ପଞ୍ଜାବ ବିଜେପି ମଧ୍ୟ ସିଦ୍ଧୁଙ୍କୁ ମନ୍ତ୍ରୀମଣ୍ଡଳରୁ ବାହାର କରିବା ପାଇଁ ଦାବି କରିଛି | ଲୁଧିଆନାର ଏକ ପାର୍କରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସିଦ୍ଧୁ ପହଂଚିଥିଲେ | କିନ୍ତୁ ବିଜେପି କର୍ମୀ ତାଙ୍କୁ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଦେଇନଥିଲେ | ବିଜେପି ସିଦ୍ଧୁଙ୍କୁ ବିରୋଧ ପ୍ରଦର୍ଶନ କରି କଳା ପତାକା ଦେଖାଇଥିଲା |

{"id":86026}


ସିଦ୍ଧୁ କହିଥିଲେ ଯେ, ଦେଶର ସବୁ ନେତକୁ ଭିଭିଆଇପି ସୁରକ୍ଷା ଦିଆଯାଉଛି | ଯଦି ଏତେ ସଂଖ୍ୟକ ଯବାନ ପୁଲୱାମା ଦେଇ ଯାଉଥିଲେ ତେବେ ସରକାର ତାଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେବା କଥା | ଯଦି ଯବାନଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରାଯାଇଥାନ୍ତା ତାହେଲେ ଆତଙ୍କବାଦୀ ହମଲା ଅସଫଳ ହୋଇଥାନ୍ତା ଏବଂ ଏତେ ସଂଖ୍ୟକ ଯବାନ ସହିଦ ହୋଇନଥାନ୍ତେ | ପାକିସ୍ତାନର ସେନା ମୁଖ୍ୟଙ୍କ ସହ ଆଲିଙ୍ଗନ ପ୍ରସଙ୍ଗରେ ମଧ୍ୟ ମୁହଁ ଖୋଲିଥିଲେ ସିଦ୍ଧୁ | ସେ କହିଥିଲେ ଯେ, ସେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ ରକ୍ଷା କରି ଯାଇଥିଲେ କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିନା ନିମନ୍ତ୍ରଣରେ ପାକିସ୍ତାନ ଯାଇଥିଲେ |


କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଏନେଇ କହିଛନ୍ତି ଯେ, ସିଦ୍ଧୁଙ୍କ ବୟାନରେ କଂଗ୍ରେସର କିଛି ଯାଏ ଆସେ ନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.