Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅକ୍ଷୟ କୁମାରଙ୍କ ସାକ୍ଷାତକାର ଭିଡିଓ ଉପରେ ରୋକ ଲଗାଇବା ଦାବି କଲା କଂଗ୍ରେସ

26/04/2019 at 3:10 PM

ଭୋପାଲ ୨୬/୪ : ପ୍ରଦେଶ କଂଗ୍ରେସ ପ୍ରବକ୍ତା ଏବଂ ଲୋକସଭା ନିର୍ବାଚନ ପ୍ରଭାରୀ ଜେପି ଧନୋପିୟା ଗୁରୁବାର ଦିନ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲେ | ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସେ ଏକ ଅଭିଯୋଗ ପତ୍ର ଦେଇଥିଲେ | ଲୋକସଭା ନିର୍ବାଚନ ଘୋଷଣା ପରେ ଆଦର୍ଶ ଆଚରଣ ବିଧି ଉଲଂଘନ କରାଯାଇଛି ବୋଲି ସେ ଅଭିଯୋଗ କରିଥିଲେ | ପ୍ରଭାବଶାଳୀ ତଥା ରାଜନୈତିକ ଦଳ ଦ୍ୱାରା ନିର୍ବାଚନ ପ୍ରଚାର କରାଯାଉଛି |


ଧନୋପିୟା କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଯୋଜନାବଦ୍ଧ ଭାବେ ଫିଲ୍ମ ଅଭିନେତା ଅକ୍ଷୟ କୁମାରଙ୍କୁ ବ୍ୟବସାୟିକ ଭାବେ ନିଯୁକ୍ତ କରି ସାକ୍ଷାତକାର ଦେଇ ସମସ୍ତ ଇଲେକ୍ଟ୍ରୋନିକ୍ସ ଏବଂ କବରକାଗଜରେ ପ୍ରସାରିତ କରାଯାଇଛି | ଏହି ସାକ୍ଷାତକାରକୁ ବ୍ୟକ୍ତିଗତ ସାକ୍ଷାତକାର ବୋଲି ଘୋଷଣା କରାଯାଇଛି | କିନ୍ତୁ ଏହା ବ୍ୟକ୍ତିଗତ ନୁହେଁ | ଲୋକସଭା ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଫିଲ୍ମ ଅଭିନେତାଙ୍କ ସହ ସାକ୍ଷାତକାର କରି ନିଜ ଛବିକୁ ଜନତାଙ୍କ ସମ୍ମୁଖରେ ପ୍ରସାରିତ କରାଯାଇଛି | ଜନତାରେ ନିକଟରେ ମୋଦିଙ୍କ ଛବିକୁ ଭଲ ଭାବେ ପ୍ରସାରିତ କରିବା ପାଇଁ ଏହିଭଳି କରାଯାଇଛି ବୋଲି ସେ ଅଭିଯୋଗ କରିଥିଲେ |

ମୋଦି ଏହି ସାକ୍ଷାତକାରକୁ ବ୍ୟକ୍ତିଗତ ସାକ୍ଷାତକାର ବୋଲି କହିଛନ୍ତି | କିନ୍ତୁ ଉକ୍ତ ସାକ୍ଷାତକାରରେ କୌଣସି ବ୍ୟକ୍ତିଗତ ସୂଚନା ନାହିଁ | ସାକ୍ଷାତକାରରେ କୁହାଯାଇଛି ଯେ, ‘ବିନା ଚଟଣି ଢ଼ୋକଲା ନହିଁ ସ୍ୱୀକାର, ଫିର ବନେଗୀ ମୋଦି ସରକାର’ | ଏହି ଟିପ୍ପଣୀ ଦେବା ପରେ ସେ ଏହି ସାକ୍ଷାତକାରକୁ ବ୍ୟକ୍ତିଗତ କେଉଁଭଳି କହୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଧନୋପିୟା | ଏହା କେବଳ ଲୋକସଭା ନିର୍ବାଚନକୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ପ୍ରସାରିତ କରାଯାଇଛି | ଏହା ଖୋଲାଖୋଲି ଭାବେ ଆଚରଣ ବିଧିରା ଉଲଂଘନ ବୋଲି କହିଛନ୍ତି ଧନୋପିୟା |


ନିର୍ବାଚନ ଅଧିକାରୀଙ୍କ ନିକଟରେ ଧନୋପିୟା ଅଭିଯୋଗ କରିଛନ୍ତି ଯେ, ମୋଦି ନିଜେ ଲୋକସଭା ନିର୍ବାଚନ ପ୍ରାର୍ଥୀ | ଅକ୍ଷୟ କୁମାରଙ୍କ ସହ ତାଙ୍କର ସାକ୍ଷାତକାର ଆଚରଣ ବିଧି ଉଲଂଘନ ସହ ପେଡ ନ୍ୟୁଜ ଶ୍ରେଣୀଭୁକ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି | ଉକ୍ତ ସାକ୍ଷାତକାରରା ନିର୍ମାଣ ଠାରୁ ପ୍ରସାରଣ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ଖର୍ଚ୍ଚରେ ସାମିଲ କରାଯାଉ ଏବଂ ସାକ୍ଷାତକାରରା ପ୍ରସାରଣକୁ ବନ୍ଦ କରାଯାଉ ବୋଲି ସେ ଦାବି କରିଛନ୍ତି | ଯାହାଫଳରେ ନିର୍ବାଚନରେ ନିରପେକ୍ଷ ମତଦାନ ହେବ ବୋଲି କହିଛନ୍ତି ଧନୋପିୟା |

   Related Posts