Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

କର୍ମଚାରୀଙ୍କ ବକେୟା ମହଙ୍ଗାଭତ୍ତା ତତ୍କାଳ ଜାରି ଲାଗି ଦାବି ଉଠାଇଲା କଂଗ୍ରେସ୍, ଜାଣନ୍ତୁ କ’ଣ କହିଛନ୍ତି ସିଂଘବୀ

26/06/2021 at 4:51 PM

ନୂଆଦିଲ୍ଲୀ ୨୬।୬: ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ନେଇ କଂଗ୍ରେସ ଶନିବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି। କରୋନା ଭାଇରସ ମହାମାରୀ ଲାଗି କେନ୍ଦ୍ର ସରକାର ଗତବର୍ଷ କର୍ମଚାରୀଙ୍କ ମହଙ୍ଗା ଭତ୍ତା ନିଲମ୍ବନ କରିଥିଲେ। ଏପର୍ଯ୍ୟନ୍ତ କର୍ମଚାରୀଙ୍କ ୩ଟି କିସ୍ତି ମହଙ୍ଗା ଭତ୍ତା ସରକାର ଜାରି କରିବା ଦୂରର କଥା ଏ ବିଷୟରେ ସାମାନ୍ୟତମ ଚିନ୍ତା ନ କରିବା ଅତ୍ୟନ୍ତ ଅମାନବୀୟ ଓ ସମ୍ବେଦନହୀନତା ବୋଲି କଂଗ୍ରେସ ଅଭିଯୋଗ କରିଛି।  ଏଣୁ କର୍ମଚାରୀଙ୍କ ବକେୟା ମହଙ୍ଗା ଭତ୍ତା ତୁରନ୍ତ ପୈଠ କରିବାକୁ ଦାବି କରିଛି।

ପ୍ରସଙ୍ଗରେ ଅଭିଷେକ ମନୁ ସିଂଘବୀ କହିଛନ୍ତି ଯେ କର୍ମଚାରୀ ଓ ପେନସନଭୋଗୀଙ୍କୁ ଯେପରି ବାସ୍ତବିକ ପ୍ରକୃତ ବକେୟା ମିଳେ ତାହା ସୁନିଶ୍ଚିତ କରିବା ସରକାରଙ୍କ କାମ। ସରକାର କର୍ମଚାରୀଙ୍କୁ ଜାନୁୟାରୀ, ଜୁଲାଇ ୨୦୨୦ ଓ ଜାନୁୟାରୀ ୨୦୨୧ର ମହଙ୍ଗା ଭତ୍ତା  ପ୍ରଦାନ କରିନାହାନ୍ତି। ସରକାରଙ୍କ ମହଙ୍ଗା ଭତ୍ତା କାଟ୍‌ ନିଷ୍ପତ୍ତି ଯୋଗୁ ସଶସ୍ତ୍ର ବଳ କର୍ମଚାରୀଙ୍କ ସମେତ ଅନ୍ୟ ସରକାରୀ କର୍ମଚାରୀ ଓ ପେନସନ ଭୋଗୀଙ୍କ ୩୮ ହଜାର କୋଟି ଟଙ୍କା ଏରିୟର ହେଲାଣି ବୋଲି ସିଂଘବୀ ସରକାରଙ୍କୁ ସଚେତନ କରିଛନ୍ତି।

ତେବେ କୋଭିଡ ବାହାନାରେ କର୍ମଚାରୀ ଓ ପେନସଭୋଗୀଙ୍କ ମହଙ୍ଗାଭତ୍ତା କାଟିବାର କାରଣ କଣ ବୋଲି ସେ ପ୍ରଶ୍ନ କରିଛନ୍ତି। ସରକାରଙ୍କ ଏପରି ନିଷ୍ପତ୍ତି ଯୋଗୁ ୨୬ଲକ୍ଷ ସଶସ୍ତ୍ର ବଳ କର୍ମଚାରୀ ଓ ୧୫ ଲକ୍ଷ ସୈନ୍ୟ ପେନସନଭୋଗୀ ମଧ୍ୟ ପ୍ରଭାବିତ ହୋଇଛନ୍ତି। ସରକାର ୨୦୨୦ ଏପ୍ରିଲ ପୂର୍ବରୁ ଏହି ଭତ୍ତା କାଟ ଘୋଷଣା କରିଥିଲେ। କୋଭିଡରେ ଲୋକଙ୍କୁ ଅର୍ଥର କେତେ ଆବଶ୍ୟକ ତାହା କଣ ସରକାର ଜାଣି ନଥିଲେ କି ବୋଲି ସିଂଘବୀ ପ୍ରଶ୍ନ କରିଛନ୍ତି।

କର୍ମଚାରୀଙ୍କ ମହଙ୍ଗା ଭତ୍ତା ଅଟକାଇବା ସରକାରଙ୍କ ଦୋହରା ମାନଦଣ୍ଡକୁ ପ୍ରମାଣିତ କରୁଥିବା ସେ ଅଭିଯୋଗ କରିଥିବା ବେଳେ ସରକାର କୋଭିଡ ନାମରେ କର୍ମଚାରୀଙ୍କ ଭତ୍ତା କାଟୁଛନ୍ତି ହେଲେ ସେଣ୍ଟ୍ରାଲ ଭିଷ୍ଟା ଅଥବା ବୁଲେଟ ଟ୍ରେନ ପ୍ରକଳ୍ପ ଖର୍ଚ୍ଚରୁ ଟଙ୍କାଟିଏ ବି କମାଉ ନାହାନ୍ତି ବୋଲି ସେ କହିଛନ୍ତି। ତେବେ ସରକାର ଗତ ମାର୍ଚ୍ଚ ମାସରେ ଜୁଲାଇ ୧ରୁ ସରକାରୀ କର୍ମଚାରୀଙ୍କ ଭତ୍ତା ପୁଣି ମଞ୍ଜୁର କରିବେ ବୋଲି ଘୋଷଣା କରିଛନ୍ତି। ପେନସନଭୋଗୀମାନେ ମଧ୍ୟ ପୂର୍ଣ୍ଣ ସୁବିଧା ପାଇବେ ବୋଲି ସରକାର କହିଥିବା ବେଳେ ୩ଟି ବିଚାରାଧୀନ କିସ୍ତିର ମଧ୍ୟ ପୁନରୁଦ୍ଧାର କରିବେ ବୋଲି କହିଛନ୍ତି।  

   Related Posts