ବିଧାନସଭା ଶୀତ ଅଧିବେଶନ: ଚାଷୀଙ୍କ ସମସ୍ୟା ନେଇ କଂଗ୍ରେସ ସଦସ୍ୟଙ୍କ ହୋହାଲ୍ଲା ଓ ନାରାବାଜି

Published By : Prameya-News7 Bureau | November 18, 2019 IST

ଭୁବନେଶ୍ବର ୧୮।୧୧: ଆଜି ବିଧାନସଭା ଶୀତ ଅଧିବେଶନର ଆଜି ପଞ୍ଚମ ଦିନ। ଆଜି ବି ବିଧାନସଭା ଅଚଳ । ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ସହସ୍ୟଙ୍କ ହଟ୍ଟଗୋଳ ।

{"id":185929,"sizeSlug":"large"}

ଶୀତ ଅଧିବେଶନରେ ପଞ୍ଚମ ଦିନରେ ଗୃହ ଆରମ୍ଭ ହେବା ମାତ୍ରେ ପଶ୍ଚିମ ଓଡ଼ିଶାରେ ଧାନ ବିକ୍ରି ନ ହେବା ଓ ଟୋକନ ବ୍ୟବସ୍ଥାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ହୋହଲ୍ଲା କରି ଗୃହ ମଧ୍ୟ ଭାଗକୁ ଆସି ପ୍ରତିବାଦ କରିବା ସହ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ ।  ଗୃହରେ ଅଚଳାବସ୍ଥା ଦେଖି ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ସେପଟେ  ସ୍ମିତାରାଣୀ ପ୍ରସଙ୍ଗରେ ଗୃହରେ କହିବାକୁ ସୁଯୋଗ ନଦେବା ଅଭିଯୋଗ ଆଣି ଗାନ୍ଧିମୂର୍ତ୍ତି ତଳେ ବିଜେପି ସଦସ୍ୟ ମାନେ ଧାରଣା ଦେଇଛନ୍ତି । ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.