ସ୍ମିତାରାଣୀ ମୃତ୍ୟୁ ମାମଲା : ସିବିଆଇ ତଦନ୍ତ ଦାବିକଲା କଂଗ୍ରେସ

Published By : Prameya-News7 Bureau | October 18, 2019 IST

ଭୁବନେଶ୍ବର ୧।୧୦: ଯାଜପୁର ଧର୍ମଶାଳା ହରିଦାସପୁର ପଞ୍ଚାୟତର ମହିଳା ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ଵାଳ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ । ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କରିବାକୁ ଜାତୀୟ ମାନବାଧିକାର କମିସନ ଓ ରାଜ୍ୟ ମାନବାଧିକାର କମିଶନଙ୍କୁ ଅନୁରୋଧ କଲା କଂଗ୍ରେସ । ରାଜ୍ୟ ସରକାର ସିବିଆଇକୁ ତଦନ୍ତ ଭାର ଦେବାରେ ବିଳମ୍ବ କଲେ ସ୍ଥାନୀୟ ପୋଲିସ ତଥ୍ୟ ପ୍ରମାଣ ନଷ୍ଟ କରିଦେବ ବୋଲି ଅଭିଯୋଗ କରିଛି । ପିଇଓଙ୍କ ମୃତଦେହ ଉଦ୍ଧାର ଘଟଣାକୁ ୨୦ ଘଣ୍ଟା ବିତିଥିଲେ ବି ଏପର୍ଯ୍ୟନ୍ତ ବିଧାୟକ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି ବୋଲି ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ବାଢିଛି କଂଗ୍ରେସ । ସରକାର ଉପଯୁକ୍ତ ପଦକ୍ଷେପ ନନେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

ଗେଷ୍ଟ ହାଉସରେ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କରମୃତ୍ୟୁ ନେଇ ସନ୍ଦେହ ଘନେଇବାରେ ଲାଗିଛି । ଏହି ମାମଲାରେ ୫ଜଣଙ୍କୁ ଅଟକ ରଖି ଧର୍ମଶାଳା ପୋଲିସ୍ ପଚରାଉଚରା କରୁଥିବା ସୂଚନା ମିଳୁଛି  ।  ସରପଂଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ସମେତ ଗେଷ୍ଟହାଉସରେ ଉପସ୍ଥିତ ଥିବା ୫ଜଣଙ୍କୁ ପୋଲିସ ପଚରାଉଚରା କରୁଛି । ସେହିପରି ଫରେନସିକ୍ ଟିମ୍ ଗେଷ୍ଟହାଉସରେ ଛାନଭିନ ଆରମ୍ଭ କରିଛନ୍ତି । ସ୍ମିତାରାଣୀ ବିଶ୍ବାଳଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଗେଷ୍ଟ ହାଉସର ୟୁରିନାଲ ରୁମ୍ ରୁ ଉଦ୍ଧାର କରାଯାଇଥିଲା। ବେକରେ ଓଢ଼ଣୀ ବନ୍ଧା ଯାଇଥିବା ଅବସ୍ଥାରେ ମିଳିଥିଲା ମୃତଦେହ। ଏହି ଘଟଣାରେ ସରପଞ୍ଚଙ୍କର ସ୍ବାମୀଙ୍କର ଭୂମିକା ସନ୍ଦେହ ଘେରକୁ ଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.