Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା: ରାୟବରେଲିରୁ ସୋନିଆ, ଆମେଥିରୁ ଲଢିବେ ରାହୁଲ

8/03/2019 at 10:51 AM

ନୂଆଦିଲ୍ଲୀ ୮|୩ : ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ୟୁପିର ୧୧ ଓ ଗୁଜରାଟର ୪ଟି ଆସନ ପାଇଁ ଏଆଇସିସି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ତେବେ ରାୟବରେଲି ଆସନରୁ ସୋନିଆ ଗାନ୍ଧିଙ୍କ ବଦଳରେ ପ୍ରିୟଙ୍କା ନିର୍ବାଚନ ଲଢ଼ିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା, ସେଥିରେ ଆପାତତଃ ଫୁଲଷ୍ଟପ୍ ଲାଗିଛି । ସୋନିଆ ପୂର୍ବ ପରି ରାୟବରେଲିରୁ ହିଁ ମୈଦାନଙ୍କୁ ଓହ୍ଲାଇବେ ।

ସେହିପରି ରାହୁଲ ମଧ୍ୟ ଆମେଥିରୁ ନିର୍ବାଚନ ଲଢ଼ିବେ । ଫାରୁକାବାଦରୁ ଭେଟରାନ୍ ଲିଡର୍ ସଲମାନ ଖୁର୍ସିଦ, କୁଶୀନଗରରୁ ଆର୍.ପି.ଏନ୍. ସିଂ, ଫୈଜାବାଦରୁ ନିର୍ମଳ ଖତ୍ରି ପ୍ରାର୍ଥୀ ହେବେ । ସେହିପରି ଜଲାଉଁରୁ ବ୍ରିଜଲାଲ ଖବ୍ରି, ଆକବରପୁରରୁ ରାଜରାମ ପାଲ, ଉନାଓରୁ ଅନୁ ଟଣ୍ଡନ, ଧୌରହରାରୁ ଜିତିନ ପ୍ରସାଦ, ବଦାଉଁରୁ ସଲିମ ଇକବାଲ ଓ ସାହାରନପୁରରୁ ଇମ୍ରାନ ମସୁଦ ମୈଦାନକୁ କୁଦିବେ ।

ଗୁଜରାଟ କଥା ବିଚାରକୁ ନେଲେ ଆନନ୍ଦ ଆସନରୁ ଲଢ଼ିବେ ଭରତ ସିଂ ସୋଲାଙ୍କି । ଭଦୋଦରାରୁ ପ୍ରଶାନ୍ତ ପଟେଲ, ଅହମ୍ମଦାବାଦ ପଶ୍ଚିମରୁ ରାଜୁ ପରମାର ଓ ଛୋଟା ଉଦୟପୁରରୁ ରଣଜିତ୍ ମୋହନ ସିଂ ରଥୱାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।    

   Related Posts