ପ୍ରକାଶ ପାଇଲା କଂଗ୍ରେସର ୪ ଜଣିଆ ପ୍ରାର୍ଥୀ ତାଲିକା : ସିମୁଳିଆରୁ ଅନନ୍ତ ସେଠୀ, ସୋରରୁ ସୁରେନ୍ଦ୍ର ପାରମାଣିକ

Published By : Prameya-News7 Bureau | April 05, 2019 IST

ଭୁବନେଶ୍ୱର ୫/୪ : ଆଜି ସକାଳେ ହାଇ ଡ୍ରାମା ପରେ ବାଲେଶ୍ଵର ଓ ଭଦ୍ରକର ୪ଟି ବିଧାସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି | ବଡ଼ସାହିରୁ ଦେବଯାନୀ ବେହେରା, ସୋରରୁ ସୁରେନ୍ଦ୍ର ପାରମାଣିକ, ସିମୁଳିଆରୁ ଅନନ୍ତ ସେଠୀ ଏବଂ ଚାନ୍ଦବାଲିରୁ ଦିଗାମ୍ବର ଦାସଙ୍କୁ ଦଳ ପ୍ରାର୍ଥୀ କରିଛି |


ସୂଚନାଯୋଗ୍ୟ ଯେ, ଆଜି ସକାଳେ ଅନନ୍ତ ସେଠୀ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସାକ୍ଷାତ କରି କ୍ଷୋଭ ପ୍ରକାଶ କରିଥିଲେ ଓ ପ୍ରାର୍ଥୀ ତାଲିକା ତୁରନ୍ତ ଘୋଷଣା କରିବା ପାଇଁ ଚାପ ପକାଇଥିଲେ | କଂଗ୍ରେସର ପ୍ରାର୍ଥୀ ତାଲିକାକୁ ନେଇ ବରାବର ଅସନ୍ତୋଷ ଦେଖା ଦେଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.