୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

Published By : Prameya-News7 Bureau | April 07, 2019 IST

ଭୁବନେଶ୍ବର ୭|୪ : କଂଗ୍ରେସ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏହି ୯ଟି ଆସନ ମଧ୍ୟରୁ ଦୁଇଟି ଆସନର ପ୍ରାର୍ଥୀ ବଦଳା ଯାଇଛି । ତିର୍ତ୍ତୋଲ ଆସନରୁ କଂଗ୍ରେସ ପ୍ରାର୍ଥୀ ଦେଇଥିବା ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ ଦଳ ଛାଡି ବିଜେପିରେ ଯୋଗଦେଇଥିବାରୁ ଦେବୀ  ପ୍ରସାଦ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି । ସେହିଭଳି ଯାଜପୁର ଜିଲ୍ଲା ଧର୍ମଶାଳା ବିଧାନସଭା ଆସନ ପାଇଁ ସ୍ମୃତିରେଖା ପହିଙ୍କୁ ପ୍ରାର୍ଥୀ କରିଥିଲା । କିନ୍ତୁ ସ୍ଥାନୀୟ କର୍ମୀ ଓ ନେତାଙ୍କ ପ୍ରବଳ ବିରୋଧ ଯୋଗୁଁ ସେଠାରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ବଦଳାଇଛି । ଧର୍ମଶାଳାରେ କଂଗ୍ରେସର ନୂଆ ପ୍ରାର୍ଥୀ ହେଲେ କିଶନ ପଣ୍ଡା ।

ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବିଧାନସଭା ଆସନରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି । ଭଦ୍ରକରୁ ନଳିନୀକାନ୍ତ ମହାନ୍ତି, ବଡଚଣାରୁ ସୀତାକାନ୍ତ ମହାପାତ୍ର, ସାଲେପୁରରୁ ରବୀନ୍ଦ୍ର ନାଥ କର, ମହାକାଳପଡାରୁ ବିଭ୍ରାଂଶୁ ଶେଖର ଲେଙ୍କା, ବାଲିକୁଦା ଏରସମାରୁ ଡକ୍ଟର ଲଲାଟେନ୍ଦୁ ମହାପାତ୍ର, ନିମାପଡାରୁ ସତ୍ୟବ୍ରତ ପାତ୍ରଙ୍କୁ ଦଳ ପ୍ରାର୍ଥୀ କରିଛି ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କେନ୍ଦୁଜର ଜିଲ୍ଲା ଘଷିପୁରାରୁ ପ୍ରାର୍ଥୀ ହୋଇଥିବାବେଳେ ଭଦ୍ରକ ଭଣ୍ଡାରୀପୋଖରୀରୁ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି । ସାଲେପୁର ବିଧାୟକ ପ୍ରକାଶ ବେହେରା ବିଜେପିରେ ଯୋଗଦେଇଥିବାରୁ ସେଠାରେ ନୂଆ ପ୍ରାର୍ଥୀ ଭାବେ ରବୀନ୍ଦ୍ର ନାଥ କରଙ୍କୁ ପ୍ରାର୍ଥୀ କରାଯାଇଛି ।

{"id":101016}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.