ପ୍ରକାଶ ପାଇଲା କଂଗ୍ରେସର ୭ ଲୋକସଭା ପ୍ରାର୍ଥୀ ତାଲିକା : ପୁରୀରୁ ସତ୍ୟପ୍ରକାଶ, କେନ୍ଦ୍ରାପଡାରୁ ଧରଣୀଧର

Published By : Prameya-News7 Bureau | March 29, 2019 IST

ଭୁବନେଶ୍ବର ୨୯|୩ :  କଂଗ୍ରେସ ୭ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପୂର୍ବରୁ କଂଗ୍ରେସ ୯ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ଫଳରେ ଆହୁରି ୫ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଗୋଷଣା କରିବା ବାକି ରହିଛି । ସେହିଭଳି ବିଧାନସଭା ପାଇଁ କଂଗ୍ରେସ ବର୍ତ୍ତମାନ ସୁଦ୍ଧା ମାତ୍ର ୯୮ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି । ବିଧାନସଭାର ଆହୁରି ୪୯ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବ ।

ଜାଣନ୍ତୁ କେଉଁଠୁ ପ୍ରାର୍ଥୀ ହେଲେ କିଏ :

କେନ୍ଦୁଝର- ଫକୀରମୋହନ ନାୟକ

ବାଲେଶ୍ବର- ନବଜ୍ୟୋତି ପଟ୍ଟନାୟକ

ଭଦ୍ରକ- ମଧୁମିତା ସେଠୀ

ଜଗତସିଂହପୁର- ପ୍ରତିମା ମଲ୍ଲିକ

ପୁରୀ- ସତ୍ୟପ୍ରକାଶ ନାୟକ

କେନ୍ଦ୍ରାପଡା- ଧରଣୀଧର ନାୟକ

ଢେଙ୍କାନାଳ- କାମାକ୍ଷାପ୍ରସାଦ ସିଂହଦେଓ

{"id":98039}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.