୬ ଲୋକସଭା ଏବଂ ୩୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ : ଜାଣନ୍ତୁ କିଏ କେଉଁଠୁ ପାଇଲେ ଟିକେଟ୍

Published By : Prameya-News7 Bureau | March 19, 2019 IST

ଭୂବନେଶ୍ୱର ୧୯/୩ : ଓଡ଼ିଶାର ୬ଟି ଲୋକସଭା ଏବଂ ୩୬ଟି ବିଧାନସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିବା ୬ଟି ଲୋକସଭା ଆସନ ହେଲା ବରଗଡ଼, ସୁନ୍ଦରଗଡ଼, କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ ଏବଂ ବ୍ରହ୍ମପୁର । ବରଗଡ଼ରୁ ପ୍ରଦୀପ ଦେବତାଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ସୁନ୍ଦରଗଡ଼ରୁ ଜର୍ଜ ତୀର୍କି, କଳାହାଣ୍ଡିରୁ ଭକ୍ତ ଚରଣ ଦାସ, ନବରଙ୍ଗପୁରରୁ ପ୍ରଦୀପ ମାଝୀ, କନ୍ଧମାଳରୁ ମନୋଜ କୁମାର ଆଚାର୍ଯ୍ୟ ଏବଂ ବ୍ରହ୍ମପୁରରୁ ଭି. ଚନ୍ଦ୍ରଶେଖର ନାଇଡୁ ଦଳ ପ୍ରାର୍ଥୀ କରିଛି ।

ସେହିଭଳି ୩୬ଟି ବିଧାନସଭା ଆସନ ମଧ୍ୟରୁ ପଦ୍ମପୁରରୁ ସତ୍ୟଭୂଷଣ ସାହୁ, ବରଗଡ଼- ନିପନ ଦାସ, ଅତାବିରା- ନିହାର ମହାନନ୍ଦ, ବୀରମିତ୍ରପୁର - ରୋହିତ ଯୋସେଫ ତିର୍କୀ, ରାଜଗାଙ୍ଗପୁର - ଡା ସି.ଏସ୍ ରଞ୍ଜନ, ବୀରମାହାରାଜପୁର - ବିନୋଦ କୁମାର ପାତ୍ର, ବଲାଙ୍ଗୀର - ନରସିଂହ ମିଶ୍ର, ନୂଆପଡ଼ା - ଘାଷିରାମ ମାଝୀ, ଖରିଆର- ଅଧିରାଜ ପାଣିଗ୍ରାହୀ, ଝରିଗାଁ- ଉଲଧର ମାଝୀ, ନବରଙ୍ଗପୁର- ସଦନ ନାୟକ, ଡାବୁଗାଁ- ଭୂଜବଳ ମାଝୀ, ଲାଞ୍ଜିଗଡ଼- ଶିବାଜୀ ମାଝୀ, ଧର୍ମଗଡ଼- ଦିଗମ୍ୱର ଧୁରିଆ, ବାଲିଗୁଡ଼ା- ଶିମନ ମଲ୍ଲିକ, ଫୁଲବାଣୀ- କିଶୋର ଚନ୍ଦ୍ର କହଁର, କଣ୍ଟାମାଳ- ପ୍ରଶାନ୍ତ ସାହୁ, ଦଶପଲ୍ଲା- ପ୍ରଶାନ୍ତ କୁମାର ନାୟକ, ଭଞ୍ଜନଗର- ସଞ୍ଜୟ କୁମାର ତ୍ରିପାଠୀ, ପୋଲସରା- ହରି ଚରଣ ସ୍ୱାଇଁ, କବିସୂର୍ଯ୍ୟନଗର- ବିଜୟ କୁମାର ସାହୁ, ଆସିକା- ମନୋଜ କୁମାର ଜେନା, ସାନଖେମୁଣ୍ଡି- ରମେଶ ଚନ୍ଦ୍ର ଜେନା, ହିଞ୍ଜିଳି- ରାମକୃଷ୍ଣ ପଣ୍ଡା, ଗାପାଳପୁର- ଏସ. ଧର୍ମରାଜ ରେଡ୍ଡୀ, ବ୍ରହ୍ମପୁର- ଲିଙ୍ଗରାଜ ଚୌଧୁରୀ, ଦୀଗପହଣ୍ଡି- ବିସ୍ମୟ ମହାପାତ୍ର, ଚିକିଟି- ସୁବାଷ ଚନ୍ଦ୍ର ରାଉତ, ମୋହନା- ଡା. ଦାଶରଥୀ ଗମାଙ୍ଗ, ଗୁଣୁପୁର- ପୁରୁଷୋତ୍ତମ ଗମାଙ୍ଗ, ବିଷମ କଟକ- ନୀଳମାଧବ ହୀକକା, ଜୟପୁର- ତାରାପ୍ରସାଦ ବାହିନୀପତି, କୋରାପୁଟ- କୃଷ୍ଣଚନ୍ଦ୍ର କୁଲଦୀପ, ପଟ୍ଟାଙ୍ଗୀ- ରାମଚନ୍ଦ୍ର କାଡ଼ାମ, ମାଲକାନଗିରି- ମାଲା ମାଢ଼ୀ, ଚିତ୍ରକୋଣ୍ଡା- ଲକ୍ଷ୍ମୀପ୍ରିୟା ନାୟକ ।

{"id":94913}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.