ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା, ଚମକୌର୍ ସାହିବରୁ ଲଢିବେ ମୁଖ୍ୟମନ୍ତ୍ରୀ ଚନ୍ନି

Published By : Prameya-News7 Bureau | January 15, 2022 IST

ଅମୃତସର ୧୫/୦୧ : ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ପଞ୍ଜାବ କଂଗ୍ରେସ । ପ୍ରଥମ ପର୍ଯ୍ୟାୟରେ ୮୬ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ଦଳ । ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂହ ଚନ୍ନି ଚମକୌର୍ ସାହିବ ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢିବେ । ସେହିଭଳି ପଞ୍ଜାବ କଂଗ୍ରେସ ମୁଖ୍ୟ ତଥା ଦଳର ହେଭିଓ୍ବେଟ୍‌ ନେତା ନବଜୋତ୍‌ ସିଂହ ସିଦ୍ଧୁ ପୂର୍ବ ଅମୃତସରରୁ ନିର୍ବାଚନ ଲଢିବା ନେଇ ଘୋଷଣା ହୋଇଛି ।

ଏହା ସହିତ ପଞ୍ଜାବର ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂହ ରନ୍ଧାଓ୍ବା ଡେରା ବାବା ନାନକ ସିଟ୍‌ରୁ ନିର୍ବାଚନ ଲଢିବେ । ନିକଟରେ କଂଗ୍ରେସରେ ଯୋଗଦେଇଥିବା ବଲିଉଡ ଅଭିନେତା ସୋନୁ ସୁଦ୍‌ଙ୍କ ଭଉଣୀ ମାଲବିକା ସୁଦ୍‌ ମୋଗା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ବହୁ ହେଭିଓ୍ବେଟ୍‌ଙ୍କୁ ମଧ୍ୟ ଦଳ ପ୍ରାର୍ଥୀ କରିଛି ।

ସୂଚନାଯୋଗ୍ୟ, ପଞ୍ଜାବରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ । ରାଜ୍ୟର ମୋଟ ୧୧୭ଟି ସିଟ୍‌ରେ ଫେବୃଆରୀ ୧୪ ତାରିଖରେ ମତଦାନ ଅନୁଷ୍ଠିତ ହେବ । ମାର୍ଚ୍ଚ ୧୦ ତାରିଖରେ ଭୋଟ ଗଣତି କରାଯିବା ନେଇ ସୂଚନା ମିଳିଛି । ପଞ୍ଜାବରେ ବିଧାନସଭା ନିର୍ବାଚନ ପାଇଁ ଜାନୁଆରୀ ୨୧ ତାରିଖରେ ବିଜ୍ଞପ୍ତି ଜାରି ହେବ । ଜାନୁଆରୀ ୨୮ ତାରିଖରେ ନାମାଙ୍କନ, ୨୯ରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ଜାନୁଆରୀ ୩୧ ତାରିଖରେ ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା । ମାର୍ଚ୍ଚ ୧୦ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।

୨୦୨୨ରେ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡିକ ମଧ୍ୟରେ ପଞ୍ଜାବ ଏକମାତ୍ର ଯେଉଁଠାରେ କ୍ଷମତାରେ ଅଛି କଂଗ୍ରେସ । ଅନ୍ୟ ୪ଟି ରାଜ୍ୟରେ ବିଜେପିର ଦବଦବା​‌ ରହିଛି । ପଞ୍ଜାବ ବିଧାନସଭାର କାର୍ଯ୍ୟକାଳ ୨୦୨୨ ମାର୍ଚ୍ଚ ୨୭ରେ ଶେଷ ହେବାକୁ ଯାଉଛି । ମାର୍ଚ୍ଚ ୧୦ ତାରିଖରେ ଫଳାଫଳ ପ୍ରକାଶ ପାଇବା ପରେ ପଞ୍ଜାବରେ କଂଗ୍ରେସ ପୁଣିଥରେ ସତ୍ତାକୁ ଫେରିବ କିମ୍ବା ଅନ୍ୟ କେଉଁଦଳ ସରକାର ଗଢିବ ତାହା ଜଣାପଡିବ ।

{"width":731,"height":1048}
{"width":736,"height":1018}
{"width":739,"height":1022}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.