ଝାରଖଣ୍ଡ ନିର୍ବାଚନ : କଂଗ୍ରେସର ଇସ୍ତାହାର ଜାରି, ପ୍ରତି ପରିବାରରୁ ଜଣକୁ ନିଶ୍ଚିତ ସରକାରୀ ଚାକିରୀର ପ୍ରତିଶ୍ରୁତି

Published By : Prameya-News7 Bureau | November 25, 2019 IST

ରାଞ୍ଚି : ଝାରଖଣ୍ଡ ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ଜାରି ହୋଇଛି। ଦଳପକ୍ଷରୁ ପ୍ରତି ପରିବାରର ଜଣକୁ ନିଶ୍ଚିତ ଚାକିରୀର ପ୍ରତିଶ୍ରୁତି ଦିଆଯାଇଛି। ପ୍ରଦେଶ କଂଗ୍ରେସ ପ୍ରଭାରୀ ଆର.ପି.ଏନ. ସିଂହ କହିଛନ୍ତି ଯେ ଯଦି ରାଜ୍ୟରେ ମେଣ୍ଟ ସରକାର ଗଠିତ ହୁଏ ତେବେ ସରକାର ହେବାର ୬ ମାସ ମଧ୍ୟରେ ବିଭିନ୍ନ ବିଭାଗରେ ଖାଲିପଡିଥିବା ସମସ୍ତ ପଦବୀ ପୂରଣ ଲାଗି ପ୍ରଥମେ ପଦକ୍ଷେପ ନିଆଯିବ।

{"id":189629,"sizeSlug":"large"}

ସେହିପରି ନିର୍ବାଚନ ଇସ୍ତାହାରରେ ଦଳ ଯେଉଁ ପର୍ଯ୍ୟନ୍ତ ପରିବାରର ଜଣକୁ ସରକାରୀ ଚାକିରୀ ନ ମିଳିଛି ସେ ପର୍ଯ୍ୟନ୍ତ ବେକାରୀ ଭତ୍ତା ପ୍ରଦାନ ଲାଗି ପଦକ୍ଷେପ ନେବ। ତେବେ ଯେଉଁ ପରିବାରର ଲୋକେ ପୂର୍ବରୁ ସରକାରୀ ଚାକିରୀରେ ଅଛନ୍ତି ସେମାନଙ୍କ ପରିବାରର ବେକାରଙ୍କ ଲାଗି କଣ ପଦକ୍ଷେପ ନିଆଯିବ ତାହା କିନ୍ତୁ ଦଳ ଇସ୍ତାହାରରେ ସ୍ପଷ୍ଟ କରିନାହିଁ।

{"id":189630,"width":584,"height":325,"sizeSlug":"large"}

କଂଗ୍ରେସ ରାଜ୍ୟରେ ଝାରଖଣ୍ଡ ମୁକ୍ତିମୋର୍ଚ୍ଚା ଓ ରାଷ୍ଟ୍ରୀୟ ଜନତାଦଳ ସହ ମେଣ୍ଟ କରି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରୁଛି। ମେଣ୍ଟ ବୁଝାମଣା ଅନୁସାରେ ଝାରଖଣ୍ଡ ମୁକ୍ତିମୋର୍ଚ୍ଚା ୪୩ଟି ଆସନରେ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ବେଳେ କଂଗ୍ରେସ ୩୧ ଓ ରାଷ୍ଟ୍ରୀୟ ଜନତାଦଳ ୭ଟି ଆସନରେ ମୁକାବିଲା କରୁଛି। ତେବେ ଆସନ୍ତୁ ଜାଣିବା ଘୋଷଣା ପତ୍ରରେ ରାଜ୍ୟବାସୀଙ୍କ ଲାଗି କଣ ରଖିଛି କଂଗ୍ରେସ।

{"align":"center","id":189631,"sizeSlug":"large"}

ଏଥିରେ ମହିଳା ଓ ଚାଷୀଙ୍କୁ ପ୍ରାଥମିକତା ଦେଇଥିବା ବେଳେ ଅଧିକରୁ ଅଧିକ ମହିଳାଙ୍କୁ ପୋଲିସରେ ଚାକିରୀ ପ୍ରତିଶ୍ରୁତି ଦେଇଛି। ସେହିପରି ସରକାରୀ ବସରେ ଏକାକୀ ଯାତ୍ରା କରୁଥିବା ମହିଳାଙ୍କ ନିଶୁଳ୍କ ଯାତ୍ରା, ଚାଷୀଙ୍କୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨ହଜାର ୫ଶହ ଟଙ୍କା କରିବା, ଲଘୁ ବନଜାତ ସମ୍ପଦ ଲାଗି ରାଜ୍ୟରେ ନୂଆ ଆଇନ,  ରାଞ୍ଚି ଲାଗି ମେଟ୍ରୋ ଟ୍ରେନର ପ୍ରସ୍ତାବ ସାଙ୍ଗକୁ ମୋବଲିଞ୍ଚିଂ ଲାଗି କଡା ଆଇନ ବ୍ୟବସ୍ଥା ଓ ପେଟ୍ରୋଲ ଏବଂ ଡିଜେଲକୁ ଭାଟ ମୁକ୍ତ କରିବ ବୋଲି ଦଳ ଘୋଷଣା କରିଛି ଦଳ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.