ଦଳିତଙ୍କ ସମସ୍ୟା ପାଇଁ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା କଂଗ୍ରେସ୍
5/12/2018 at 3:42 PM

ଭୁବନେଶ୍ବର ୫/୧୨: ଦଳିତଙ୍କ ସମସ୍ୟା ନେଇ ଆଜି ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି କଂଗ୍ରେସ୍।ରାଜ୍ୟରେ ଦଳିତମାନେ ଅବହେଳିତ, ସେମାନଙ୍କୁ ନ୍ୟାୟ ମିଳୁନି।ଆଜି ପର୍ଯ୍ୟନ୍ତ ୩ ଲକ୍ଷରୁ ଉର୍ଦ୍ଧ୍ବ ଦଳିତଙ୍କୁ ଜମିପଟ୍ଟା ପ୍ରଦାନ କରିନାହାନ୍ତି ।ଯେଉଁଥିପାଇଁ ସେମାନେ ଜାତିଗତ ପ୍ରମାଣ ପତ୍ର ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହେଉଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ୍।
ଦଳିତଙ୍କ ପାଇଁ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ସଂରକ୍ଷଣ ଦିଆଯାଉ।ଚାକିରିରେ ଦଳିତଙ୍କ ପାଇଁ ଥିବା ଶୂନ୍ୟସ୍ଥାନ ପୂରଣ କରାଯାଉ।ଏ ସରକାରରେ ଦଳିତମାନେ ଅଧିକ ନିର୍ଯାତନାର ଶିକାର ହୋଇଛନ୍ତି।ନିର୍ଯାତନା ନିରୋଧ ଆଇନକୁ କଡାକଡି ପାଳନ ପାଇଁ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛି କଂଗ୍ରେସ।