Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||

ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !

22/01/2021 at 9:10 AM

ନୂଆଦିଲ୍ଲୀ,୨୨/୦୧:   ଶୁକ୍ରବାର ଭାରତୀୟ ଜାତୀୟ କଂଗ୍ରେସର ସିଡବ୍ଲ୍ୟୁସି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଦଳର ନୂଆ ଅଧ୍ୟକ୍ଷ ନିର୍ବାଚନ ବାବଦରେ ଆଲୋଚନା ହେବାର ସମ୍ଭାବନା ରହିଛି । ସିଡବ୍ଲ୍ୟୁସିର ଏହି ଭିଡିଓ ଭିଡିଓ କନଫରେନ୍ସିଂରେ ସକାଳ ୧୦ଟା ୩୦ରେ ଆରମ୍ଭ ହେବ ।

ସୂତ୍ରାନୁସାରେ, ବୈଠକରେ ନୂଆ ଅଧ୍ୟକ୍ଷ ନିର୍ବାଚନ ସହ କୃଷକ ଆନ୍ଦୋଳନ ଓ କିଛି ଅନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଚର୍ଚ୍ଚା ହୋଇପାରେ । ଅଧ୍ୟକ୍ଷ ନିର୍ବାଚନକୁ ସବୁଜ ସଙ୍କେତ ମିଳିବ ବୋଲି ଆଶା କରାଯିବା ସହ ତାରିଖ ମଧ୍ୟ ଘୋଷଣା ହୋଇପାରେ ।

ସୂଚନାଯୋଗ୍ୟ, ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ପରାଜିତ ହେବା ପରେ ଅଧ୍ୟକ୍ଷ ଥିବା ରାହୁଲ ଗାନ୍ଧୀ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଥିଲେ । ଏହାପରେ ସୋନିଆ ଗାନ୍ଧୀ ଅନ୍ତରୀଣ ଅଧ୍ୟକ୍ଷା ଭାବେ ଦାୟିତ୍ୱ ତୁଲାଉଛନ୍ତି । ବିହାର ବିଧାନସଭା ନିର୍ବାଚନ ସହ ଅନ୍ୟ କିଛି ରାଜ୍ୟର ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟର ସାମ୍ନା କରିଛି । ଏହାପରେ ଗୁଲାମ ନବୀ ଆଜାଦ ଓ କପିଲ ସିବ୍ବଲଙ୍କ ଭଳି କିଛି ନେତା ଦଳରେ ସକ୍ରିୟ ଅଧ୍ୟକ୍ଷ ନିଯୁକ୍ତି ନେଇ ଦାବି କରୁଛନ୍ତି ।

କଂଗ୍ରେସର ଏକ ଟାଣୁଆ ଗୋଷ୍ଠୀ ରାହୁଲ ଗାନ୍ଧୀ ପୁଣି ସଭାପତି ହୁଅନ୍ତୁ ବୋଲି ଦାବି କରୁଛି । କଂଗ୍ରେସ ମହାସଚିବ ରଣଦୀପ ସୁରେଜଓ୍ୱାଲ ୯୯.୯ ପ୍ରତିଶତ କର୍ମୀ ରାହୁଲ ସଭାପତି ହୁଅନ୍ତୁ ବୋଲି ଚାହୁଁଥିବା କହିଥିଲେ ।

   Related Posts