ମୋଦିଙ୍କ ଗଡ ଗୁଜରାଟରେ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ: ମହାସଚିବ ହେବାପରେ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରଥମ ଅଭିଭାଷଣ

Published By : Prameya-News7 Bureau | March 12, 2019 IST

ଦିଲ୍ଲୀ ୧୨/୩ : ଲୋକସଭା ନିର୍ବାଚନ ପାଇଁ ଗୁଜରାଟରେ ଆଜି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି | ବୈଠକ ପରେ ଗାନ୍ଧୀନଗର ଅଡାଲଜରେ ଏକ ରାଲି ହେବ | ବୈଠକରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ପ୍ରମୁଖ ଉପସ୍ଥିତ ଅଛନ୍ତି |

{"id":92783}

ବୈଠକ ପୂର୍ବରୁ ମହାତ୍ମା ଗାନ୍ଧୀଙ୍କ ଫଟୋରେ ମାଲ୍ୟାର୍ପଣ କରିଥିଲେ ରାହୁଲ, ପ୍ରିୟଙ୍କା, ସୋନିଆ ଏବଂ ମନମୋହନ ସିଂ | ପ୍ରିୟଙ୍କା ଗାନ୍ଧୀ ରାଜନୀତିରେ ପ୍ରବେଶ କରିବା ପରେ ଆଜି ପ୍ରଥମଥର ପାଇଁ ଜନସଭାକୁ ସମ୍ବୋଧିତ କରିବେ | ୫୮ ବର୍ଷ ପରେ ଗୁଜରାଟରେ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି | ପୂର୍ବରୁ ୧୯୬୧ ମସିହାରେ ବୈଠକ ଅନୁଷ୍ଠିତ ହୋଇଥିଲା | ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଗୁଜରାଟର ପଟିଦାର ନେତା ହାର୍ଦିକ ପଟେଲ ଦଳରେ ସାମିଲ ହେବେ | ଦଳ ପ୍ରମୁଖ ଅମିତ ଚାୱାଡା କହିଛନ୍ତି ଯେ, ସର୍ଦାର ଭବନ ସ୍ମୃତି ଭବନରେ ବୈଠକ ପରେ ରାହୁଲ, ସୋନିଆ, ଏବଂ ମନମୋହନ ସିଂଙ୍କ ସମେତ କଂଗ୍ରେସର ବରିଷ୍ଠ ନେତା ଜଣ ସଂକଳ୍ପ ରାଲିରେ ଯୋଗ ଦେବେ |

{"id":92784,"width":586,"height":359}


ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବ ପରେ ସମସ୍ତ ନେତା ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ଦିନ ୧.୪୦ ମିନିଟରେ ମଧ୍ୟାହ୍ନ ଭୋଜନର କାର୍ଯ୍ୟକ୍ରମ ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.