ପୋଲାଭରମ୍ ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି : କଂଗ୍ରେସ କହିଲା ନବୀନଙ୍କର ଭୁଆଁବୁଲା ରାଜନୀତି

Published By : Prameya-News7 Bureau | July 02, 2019 IST

ଭୁବନେଶ୍ବର ୨|୭:  ପୋଲାଭରମ୍ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିବାକୁ କଂଗ୍ରେସ କଡା ସମାଲୋଚନା କରିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ନବୀନଙ୍କର ଏହା ଭୁଆଁ ବୁଲା ରାଜନୀତି । ଏତେ ବର୍ଷ ଧରି ରାଜ୍ୟ କ୍ଷମତାରେ ଥାଇ ବି ପୋଲାଭରମ ପ୍ରକଳ୍ପକୁ ନେଇ କିଛି ଠୋସ୍ ପଦେକ୍ଷପ ନେଇନାହାନ୍ତି । ନବୀନ ବାବୁ କେବଳ ଚିଠିରେ ସୀମିତ ଥିବା ନିରଞ୍ଜନ କହିଛନ୍ତି ।

ସୋମବାର ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ପ୍ରକଳ୍ପ ଉପରେ ଥିବା ବନ୍ଦ ନିର୍ଦ୍ଦେଶାନାମାକୁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ପ୍ରତ୍ୟାହାର କରିନେଇଛି । କୋର୍ଟରେ ଏହି ମାମଲା ବିଚାରାଧୀନ ଥିବା ସତ୍ତ୍ବେ କାମ ପାଇଁ କେମିତି ଅନୁମତି ମିଳିଛି । ଏହା ଦ୍ବାରା ଆଦିବାସୀମାନେ କ୍ଷତିଗ୍ରସ୍ତ ହେବେ । ତେଣୁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ କରନ୍ତୁ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.