Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ମୋଦି ସରକାରଙ୍କ ବିରୋଧରେ ଗର୍ଜିଲେ ରାହୁଲ , ପ୍ରିୟଙ୍କା ଓ ସୋନିଆ

14/12/2019 at 5:11 PM

ନୂଆଦିଲ୍ଲୀ ୧୪।୧୨ – ଦିଲ୍ଲୀ ରାମଲୀଳା ମୈଦାନରେ କଂଗ୍ରେସର ରଣ ହୁଙ୍କାର । ମୋଦି ସରକାରଙ୍କ ବିରୋଧରେ ଗର୍ଜିଛନ୍ତି ରାହୁଲ , ପ୍ରିୟଙ୍କା ଓ ସୋନିଆ । ଦେଶର ଆର୍ଥିକ ସ୍ଥିତି ଠାରୁ ନାଗରିକତା ଆଇନ ପର୍ଯ୍ୟନ୍ତ ସବୁ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ରାହୁଲ କହିଛନ୍ତି, ରେପ୍ ଇନ ଇଣ୍ଡିଆ ମନ୍ତବ୍ୟ ପାଇଁ ସେ ଭୁଲ ମାଗିବେ ନାହିଁ । କାରଣ ସେ ରାହୁଲ ସବରକର ନୁହଁନ୍ତି ରାହୁଲ ଗାନ୍ଧି । ଯାହାକୁ ନେଇ ବିଜେପି କହିଛି ରାହୁଲଙ୍କ ନାଁ ରାହୁଲ ଗାନ୍ଧି ନୁହଁ ରାହୁଲ ଜିନ୍ନା ପାଇଁ ଫିଟ୍ ।….

ମୋ ନାଁ ରାହୁଲ ଗାନ୍ଧି । ମୁଁ ନୁହେଁ ରାହୁଲ ସବରକର । ସେଥିପାଇଁ ସତ କହିବାକୁ ମୁଁ ଡରେ ନାହିଁ କି ରେପ୍ ଇନ ଇଣ୍ଡିଆ ମନ୍ତବ୍ୟ ପାଇଁ ମୁଁ ଭୁଲ ମାଗିବି ନାହିଁ । ଦିଲ୍ଲୀ ରାମଲୀଳା ମୈଦାନରେ କଂଗ୍ରେସ ପକ୍ଷରୁ ଆୟୋଜିତ ଭାରତ ବଚାଓ ରାଲିରେ ଏଭଳି ବୟାନ ଦେଇଛନ୍ତି ରାହୁଲ ଗାନ୍ଧି । ବରଂ ଦେଶକୁ ମୋଦି-ସାହା ଭୁଲ ମାଗନ୍ତୁ ବୋଲି ରାହୁଲ କହିଛନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ବିରୋଧରେ କଂଗ୍ରେସ ପକ୍ଷରୁ ଦିଲ୍ଲୀରେ ଆୟୋଜିତ ରାଲିରେ ଭାଷଣ ଦେଇ ମୋଦିଙ୍କ ଆଡକୁ ନିଶାନା ସାଧିଛନ୍ତି ରାହୁଲ । ଦେଶର ଆର୍ଥିକ ମାନ୍ଦାବସ୍ଥା, ନୂଆ ନାଗରିକତା ଆଇନ୍, ମହିଳା ସୁରକ୍ଷା ଆଦି ପ୍ରସଙ୍ଗରେ ରାହୁଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ଅଭିଯୋଗ ଆଣିଛନ୍ତି ଦେଶର ମେରୁଦଣ୍ଡ କୁହାଯାଉଥିବା ଅର୍ଥନୀତିକୁ ଭାଙ୍ଗି ଦେଇଛନ୍ତି ମୋଦି । ବିମୁଦ୍ରିକରଣ, ଜିଏସଟି ଭଳି କେତେକ ଭୁଲ ନିଷ୍ପତ୍ତି ପାଇଁ ଦେଶର ଅର୍ଥନୀତି ଦୋହଲି ଯାଇଛି ବୋଲି ରାହୁଲ ଅଭିଯୋଗ ବାଢିଛନ୍ତି ।

କେବଳ ରାହୁଲ ନୁହଁନ୍ତି, ମଞ୍ଚରେ ସୋନିଆ ଓ ପ୍ରିୟଙ୍କା ଗାନ୍ଧି ବି ମୋଦି ସରକାର ଉପରେ ବର୍ଷିଛନ୍ତି । ପ୍ରିୟଙ୍କା ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ଏବେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ବ୍ୟାନରରେ ଲେଖାଯାଇଛି ମୋଦି ହୈ ତୋ ମୁମକିନ ହୈ  । ପିଆଆ କେଜି ୧୦୦ ଟଙ୍କା ମୁମକିନ୍ ହୈ, ଆଉ ୪ କୋଟି ଯୁବକ ଚାକିରି ହରାଇବା ବି ମୁମକିନ୍ ହୈ । ତେବେ କଂଗ୍ରେସ ନେତାଙ୍କ ଏସବୁ ଅଭିଯୋଗର କଡା ଜବାବ ଦେଇଛି ବିଜେପି । ରାହୁଲ ଗାନ୍ଧି ରାହୁଲ ସବରକର ପାଇଁ ଫିଟ୍ ନୁହଁନ୍ତି ବରଂ ରାହୁଲ ଜିନ୍ନା ହେବା ପାଇଁ ଫିଟ୍ । କଂଗ୍ରେସର ମୁସଲିମ ତୁଷ୍ଟିକରଣ ରାଜନୀତି ରାହୁଲଙ୍କୁ ମହମ୍ମଦ ଅଲ୍ଲି ଜିନାଙ୍କ ଉତ୍ତରାଧିକାରୀ ଭାବେ ଦର୍ଶାଉଛି ।

 

ତେବେ ରାହୁଲ ଗାନ୍ଧି ସବରକରଙ୍କ ପ୍ରତି ଦେଇଥିବା  କଡା ଟିପ୍ପଣୀ ଉପରେ ଶିବସେନା କି ପ୍ରତିକ୍ରିୟା ରଖୁଛି ତା ଉପରେ ସମସ୍ତଙ୍କ ନଜର ରହିଛି । କାରଣ ସବରକରଙ୍କୁ ଆଦର୍ଶ ମାନୁଥିବା ଶିବସେନା ମହାରାଷ୍ଟ୍ରରେ କଂଗ୍ରେସ ଓ ଏନସିପି ସହଯୋଗରେ ସରକାର ଗଠନ କରିଥିବାରୁ ରାହୁଲଙ୍କ ମନ୍ତବ୍ୟକୁ ଦଳ କେମିତି ହଜମ କରୁଛି ତାହା ଆଗକୁ ଜଣାପଡିବ । କଂଗ୍ରେସର ଏହି ରାଲିରେ ଦେଶର ବିଭିନ୍ନ ପ୍ରାନ୍ତରୁ ଲକ୍ଷାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ  ।  

   Related Posts