ସୋନିଆ ଗଢ଼ିଲେ ୩ଟି ଦଳୀୟ କମିଟି: ରାହୁଲ-ପ୍ରିୟଙ୍କାଙ୍କୁ ମିଳିଲାନି ସ୍ଥାନ, ସବୁଥିରେ ମନମୋହନ

Published By : Prameya-News7 Bureau | November 20, 2020 IST

ନୂଆଦିଲ୍ଲୀ ୨୦/୧୧: କଂଗ୍ରେସରେ ଚାଲିଥିବା ଅନ୍ତଃକନ୍ଦଳ ମଧ୍ୟରେ ୩ଟି କମିଟି ଗଠନ କରାଯାଇଛି। କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏହି ୩ କମିଟି ଗଠନ କରିଛନ୍ତି। ତେବେ ଏହି କମିଟିରେ ନାହାନ୍ତି ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି। ସେମାନଙ୍କ ବ୍ୟତୀତ ଅନ୍ୟ ବରି​‌ଷ୍ଠ ନେତା କମିଟିରେ ସ୍ଥାନ ପାଇଥିବା ଜଣାପଡ଼ିଛି।

ଆର୍ଥିକ, ବୈଦେଶିକ ମାମଲା ଓ ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ ଏହି ୩ କମିଟି କଂଗ୍ରେସ ଗଠନ କରିଛି। ତିନି କମିଟିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ନାଁ ସାମିଲ ରହିଛି। ପାର୍ଟିରେ ବିରୋଧର ଶିକାର ହୋଇଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା ଓ ଶଶି ଥରୁରଙ୍କୁ ମଧ୍ୟ କମିଟିରେ ସ୍ଥାନ ମିଳିଛି।

୨୩ ନେତାଙ୍କ ମଧ୍ୟରେ ଏହି ୩ ନେତା ଥିଲେ ଯିଏ କି ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିଲେ। ଚଳିତ ବର୍ଷ ଆରମ୍ଭରେ ୨୩ କଂଗ୍ରେସ ନେତା ପାର୍ଟିର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଚୟନ କରିବାକୁ ନେଇ ଚିଠି ଲେଖିଥିଲେ।

ଆର୍ଥିକ ମାମଲାକୁ ନେଇ ଗଠିତ କମିଟିରେ, ପୂର୍ବତନ ଅର୍ଥମନ୍ତ୍ରୀ ପି ଚାଦାମ୍ବରମ ସ ଦିଗବିଜୟ ସିଂହଙ୍କ ନାଁ ସାମିଲ ରହିଛି। ରାଷ୍ଟ୍ରୀୟ ସୁରକ୍ଷା ମାମଲାକୁ ନେଇ ଗଠିତ କମିଟିରେ ଗୁଲାମ ନବୀ ଆଜାଦଙ୍କୁ ସାମିଲ୍‌ କରାଯାଇଥିବା ବେଳେ ବୈଦେଶିକ ମାମଲାରେ ଗଠିତ କମିଟି​‌ରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସଲମାନ ଖୁର୍ସିଦ୍‌ଙ୍କୁ ସାମିଲ କରାଯାଇଥିବା ଜଣାପଡ଼ିଛି।

ଦଳ ଭିତରେ ବିଦ୍ରୋହ ମୁଣ୍ଡ ଟେକୁଥିବା ବେଳେ ଶୀର୍ଷ ନେତୃତ୍ବଙ୍କୁ ନେଇ ପ୍ରଶ୍ନ ମଧ୍ୟ ଉଠୁଛି। ତେବେ ଏସବୁକୁ ଲକ୍ଷ୍ୟରେ ରଖି ଗଠନ କରାଯାଇଥିବା କମିଟି ମାଧ୍ୟମରେ କାର୍ମକର୍ତ୍ତାଙ୍କୁ ସନ୍ଦେଶ ଦେବାକୁ ସୋନିଆ ପ୍ରୟାସ କରୁଥିବା କୁହାଯାଉଛି। ତାଙ୍କୁ ମିଳିଥିବା ଚିଠି ପରେ କେବଳ ଯେ, ସେ ସକ୍ରିୟ ଅଛନ୍ତି ତାହା ନୁହେ ତା ଉପରେ କାର୍ଯ୍ୟ କରୁଥିବା ମଧ୍ୟ ଜାଣିବେ କର୍ମକରର୍ତ୍ତା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.