Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ଦକ୍ଷିଣ ଓଡିଶାରେ ସଫା ହେଲା କଂଗ୍ରେସ ! ଆଉ ଦେଖିବାକୁ ମିଳିବନି ତ୍ରିମୁଖୀ ଲଢ଼େଇ

23/10/2021 at 8:01 PM

ଭୁବନେଶ୍ଵର ୨୩।୧୦:  ଦକ୍ଷିଣ ଓଡିଶାରେ ଆଉ ଉଡିବନି କଂଗ୍ରେସ ବାନା।  ଆଉ ଦେଖିବାକୁ ମିଳିବନି  ତ୍ରିମୁଖୀ ଲଢ଼େଇ। କୋରାପୁଟ, ନବରଙ୍ଗପୁର, ମାଲାକାନଗିରି ଏବଂ ରାୟଗଡାରେ ଗଡ ଭୁଷୁଡିବା ସହିତ ନେତା ଶୂନ୍ୟ ହୋଇଛି କଂଗ୍ରେସ।  ବିଜେପି କହିଛି କଂଗ୍ରେସ ନେତା ଦଳ ଛାଡିଲେ ଆାମକୁ ଫାଇଦା ମିଳିବ । ସେପଟେ କଂଗ୍ରେସ  କହିଛି ନେତା ଯାଇଛନ୍ତି କିନ୍ତୁ ଗଡ ଯାଇନି। ଶକ୍ତି ପ୍ରଦର୍ଶନ କରିବା ପାଇଁ କଂଗ୍ରେସ ସିରିଜ କାର୍ଯ୍ୟକ୍ରମ ଯୋଜନା କରିଛି।

ଦକ୍ଷିଣ ଓଡିଶାରେ ସଫା ହୋଇ ଯାଇଛି କଂଗ୍ରେସ। ଭୁଷୁଡି ପଡିଛି କଂଗ୍ରେସ ଗଡ।  ଆଉ  ତ୍ରିମୁଖୀ ଲଢ଼େଇ ଦେଖିବାକୁ  ମିଳିବନି। ବିଜେଡି-ବିଜେପି ଭିତରେ ହେବ ଟକ୍କର । ବିଜେଡିର ଦକ୍ଷିଣାଞ୍ଚଳ ଅଭିଯାନ ପାଇଁ କଂଗ୍ରେସ ଗଡ ଏବେ ଫାଙ୍କା। କୋରାପୁଟ, ନବରଙ୍ଗପୁର, ରାୟଗଡା ଏବଂ ମାଲାକାନାଗିରି ଏହି ୪ ଜିଲ୍ଲାରେ କଂଗ୍ରେସ ତାର ଦବଦବା ରଖିଥିଲା। ବିଶେଷକରି ଅବିଭକ୍ତ କୋରାପୁଟରେ ବିଜେଡିକୁ କଡା ଟକ୍କର ଦେଉଥିଲା କଂଗ୍ରେସ। ୨୦୧୯ ନିର୍ବାଚନରେ କୋରାପୁଟ ଏବଂ ନବରଙ୍ଗପୁର ବିଜେଡି ସଫଳ ହୋଇଥିଲେ ମଧ୍ୟ କଂଗ୍ରେସ ଭଲ ଫାଇଟ୍ ଦେଇଥିଲା।  ଯେଉଥି ପାଇଁ ଏବେ ବିଜେଡି କଂଗ୍ରେସ ନେତାଙ୍କୁ ଦଳରେ ମିଶାଇ ଏହି ଚାରି ଜିଲ୍ଲାରେ ନିଜ ଆଧିପତ୍ୟ ଜାହିର କରିବାକୁ ଲକ୍ଷ୍ୟ ରଖିଛି।  

ଦକ୍ଷିଣ ଓଡିଶାରେ  କଂଗ୍ରେସ ଗଡ ଦୋହଲିବା ପରେ ଏବେ ବିଜେଡି ଏବଂ ବିଜେପି ଭିତରେ ହେବ ପ୍ରମୁଖ ପ୍ରତିଦ୍ଵନ୍ଦ୍ଵିତା। କିନ୍ତୁ ବିଜେପିର କହିବା କଥା କଂଗ୍ରେସ ନେତା ବିଜେଡିରେ ସାମିଲ ହେଲେ ବିଜେଡିକୁ କିଛି ଫାଇଦା ହେବନି। କାରଣ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇନାହାନ୍ତି। କଂଗ୍ରେସର ଅସନ୍ତୁଷ୍ଟ ଭୋଟ ବିଜେପିକୁ ଯିବ। ରାଜନୀତିରେ ସବୁବେଳେ ଏକରେ ଏକ ମିଶିଲେ ଦୁଇ ହୁଏନି, ବେଳେ ବେଳେ ଶୂନ୍ୟ ହୁଏ।  ଏପଟେ କଂଗ୍ରେସ କହିଛି ନେତା ଯାଇଛନ୍ତି କର୍ମୀ ଅଛନ୍ତି।  ସେଥିପାଇଁ ଏବେ ଏହି ୪ ଜିଲ୍ଲାରେ ସିରିଜ କାର୍ଯ୍ୟକ୍ରମ କରି ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ। ଆସନ୍ତା ୩୧ ତାରିଖରେ ପସିସି ସଭାପତି ଏବଂ ପ୍ରଭାରୀ କୋରାପୁଟ ଗସ୍ତ କରିବେ। ମାଲାକାନାଗିରିରେ ହେବ ମହାସମାବେଶ ।

ଦକ୍ଷିଣକୁ ଛାଡି ଛାଡି ରାଜ୍ୟର ବାକି ସବୁ ଜିଲ୍ଲାରେ କଂଗ୍ରେସର ପ୍ରଭାବ କମି ଯାଇଛି । ଏବେ କୋରାପୁଟ, ନବରଙ୍ଗପୁର , ରାୟଗଡା ଏବଂ ମାଲାକାନାଗିରିରେ ମଧ୍ୟ କଂଗ୍ରେସ ଆଉ ଆଗଭଳି ଟକ୍କର ଦେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ।

   Related Posts