କଂଗ୍ରେସ ଚିନ୍ତନ ଶିବିରରେ ପ୍ରସ୍ତାବ- ନିର୍ବାଚନ ସମୟରେ ଧାର୍ମିକସ୍ଥଳୀ ନ ଯାଆନ୍ତୁ ଦଳର ବଡ଼ ନେତା

Published By : Prameya-News7 Bureau | May 14, 2022 IST

ଜୟପୁର: ରାଜସ୍ଥାନର ଉଦୟପୁରରେ ଚାଲିଛି କଂଗ୍ରେସ ଚିନ୍ତନ ଶିବିର। ଏହି ଶିବିରରେ  ଦଳର ସବୁ ବଡ଼ ନେତା ସାମିଲ ହୋଇଛନ୍ତି। ତେବେ ନିର୍ବାଚନ ସମୟରେ ଦଳର ନେତୃତ୍ୱ ମନ୍ଦିର, ମସଜିଦ୍, ଚର୍ଚ୍ଚା କିମ୍ୱା ଅନ୍ୟ କୌଣସି ଧାର୍ମିକସ୍ଥଳୀ ନଯିବା ପାଇଁ ଏହି ଶିବିରରେ ପ୍ରସ୍ତାବ ଦିଆଯାଇଛି।  ଚିନ୍ତନ ଶିବିରରେ ଉପସ୍ଥିତି କିଛି ନେତା ପ୍ରସ୍ତାବ ଦେଇ କହିଛନ୍ତି, ଏପରି କରିବା ଦ୍ୱାରା କଂଗ୍ରେସ ଭୋଟର ଭ୍ରମିତ ହେଉଛନ୍ତି ଏବଂ ଏଥିରୁ ଭୋଟରୁ ଭୁଲ ସନ୍ଦେଶ ଯାଉଛି।

ଏହାସହ ଏହି ଚିନ୍ତନ ଶିବିରରେ ବିଜେପି ଆଗରେ କଂଗ୍ରେସ ନିଜକୁ ଏକ ମଜବୁତ ଧର୍ମନିରପେକ୍ଷ ଅଭିମୁଖ୍ୟ ରଖିବା ପାଇଁ ଜୋର ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ବିଜେପି ଧାର୍ମିକ ରାଜନୀତିକୁ ଦେଖି ଗତ କିଛି ବର୍ଷ ଧରି ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ  ବିଭିନ୍ନ ଧାର୍ମିକସ୍ଥଳୀ  ଯାଇ ଦର୍ଶନ କରୁଥିଲେ।  କିନ୍ତୁ ନିର୍ବାଚନୀ ପରିଣାମରେ ଏହାର କୌଣସି ପ୍ରଭାବ ପଡିନଥିଲା।

ଉଲ୍ଲେଖଯୋଗ୍ୟ ଯେ, କଂଗ୍ରେସର ଏହି ଚିନ୍ତନ ଶିବିରର ପ୍ରଥମ ଦିନ ଶୁକ୍ରବାର ସୋନିଆ ଗାନ୍ଧୀ କଂଗ୍ରେସରେ ଆମୂଳଚୂଳ ପରିବର୍ତ୍ତିନ କଥା କହିଥିଲେ। ସୋନିଆ କହିଥିଲେ, ଅସାଧାରଣ ପରିସ୍ଥିତିର ମୁକାବିଲା ଅସାଧାରଣ ଉପାୟରେ କରାଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.