ପ୍ରାର୍ଥୀ ବଦଳାଇଲା କଂଗ୍ରେସ ; କେନ୍ଦୁଝର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହେଲେ ମୋହନ ହେମ୍ବ୍ରମ

Published By : Prameya-News7 Bureau | April 04, 2019 IST

ଭୁବନେଶ୍ବର ୪|୪: କଂଗ୍ରେସର ଛିଣ୍ଡୁନି ପ୍ରାର୍ଥୀ ଅଙ୍କ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଶେଷ ଦିନ ହୋଇଥିବାବେଳେ ଗୋଟିଏ ଲୋକସଭା ଆସନ ସହ ଦୁଇ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ । କେନ୍ଦୁଝର ଲୋକସଭା ସହ ତେଲକୋଇ ଓ ପାଟଣା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଛି ଦଳ ।

ସୂଚନାଯୋଗ୍ୟ ଯେ, ପୂର୍ବରୁ କେନ୍ଦୁଝର ଲୋକସଭା ଆସନ ପାଇଁ ଫକୀରମୋହନ ନାୟକଙ୍କୁ ଟିକେଟ୍ ଦେଇଥିଲା ଦଳ । ଏବେ ତାଙ୍କ ବଦଳରେ ମୋହନ ହେମ୍ବ୍ରମଙ୍କୁ ପ୍ରାର୍ଥୀ କରାଯାଇଛି । ସେହିପରି ତେଲକୋଇ ବିଧାନସଭା ଆସନ ପାଇଁ ଟିକେଟ ପାଇଥିଲେ ମୋହନ ହେମ୍ବ୍ରମ । ତେବେ ତାଙ୍କୁ କେନ୍ଦୁଝର ଲୋକସଭା ଆସନରୁ ପ୍ରାର୍ଥୀ କରିଛି ଦଳ । ତାଙ୍କ ସ୍ଥାନରେ ପ୍ରଶାନ୍ତ ଦଳେଇଙ୍କୁ ତେଲକୋଇ ବିଧାନସଭା ପାଇଁ ଟିକେଟ୍ ମିଳିଛି । ସେହିପରି ପାଟଣା ବିଧାନସଭା ଆସନ ପାଇଁ ଗୋପେଶ୍ବର ନାଏକଙ୍କ ସ୍ଥାନରେ ବିନୋଦ ନାଏକଙ୍କୁ ପ୍ରାର୍ଥୀ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.