ନିମାପଡା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହେଲେ ଦିଲୀପ ନାୟକ

Published By : Prameya-News7 Bureau | April 09, 2019 IST

ଭୁବନେଶ୍ବର ୯|୪ : ନିମାପଡା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହେଲେ ଦିଲୀପ ନାୟକ । ସତ୍ୟବ୍ରତ ପାତ୍ର ଟିକେଟ୍ ଫେରାଇବା ପରେ ଦିଲୀପଙ୍କୁ ଟିକେଟ୍ ଦେଇଛି ଦଳ । ନିମାପଡା ବିଧାନସଭା ଆସନ ପାଇଁ କଂଗ୍ରେସ ଟିକେଟ୍ ପାଇଥିବା ସତ୍ୟବ୍ରତ ପାତ୍ର ଗତକାଲି ନିର୍ବାଚନ ଲଢିବେ ନାହିଁ ବୋଲି କହି ଟିକେଟ୍ ଫେରାଇଦେଇଥିଲେ । ଟିକେଟ ଘୋଷଣାରେ ବିଳମ୍ବ ଯୋଗୁଁ ସେ ଟିକେଟ୍ ଫେରାଇଥିବା କହିଥିଲେ ।

ସେହିପରି ବଡଚଣା ଆସନରୁ କଂଗ୍ରେସ ପ୍ରାର୍ଥୀ ସୀତାକାନ୍ତ ମହାପାତ୍ର ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିବା ପରେ ଆଜି ତାଙ୍କ ସ୍ଥାନରେ ଅଜୟ ସାମଲଙ୍କୁ ଟିକେଟ୍ ଦେଇଛି ଦଳ ।

ନେତାମାନେ ଏଭଳି କରିବା ଯୋଗୁଁ କଂଗ୍ରେସର ସ୍ଥିତି ବେଳକୁବେଳ ଖରାପ ହେବାରେ ଲାଗିଛି । ଦଳ ମଧ୍ୟରେ ଟିକେଟ୍ ନପାଇ କିଏ ଅସନ୍ତୁଷ୍ଟ ହେଉଥିବାବେଳେ ଟିକେଟ୍ ପାଇଲା ପରେ କିଏ ନିର୍ବାଚନ ଲଢିବି ନାହିଁ ବୋଲି ଟିକେଟ୍ ଫେରାଇଦେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.