କଂଗ୍ରେସର ୧୩୪ ତମ ପ୍ରତିଷ୍ଠା ଦିବସ

Published By : Prameya-News7 Bureau | December 28, 2018 IST

ଭୁବନେଶ୍ବର ୨୮|୧୨: ଆଜି କଂଗ୍ରେସ ପ୍ରତିଷ୍ଠା ଦିବସ। ରାଜ୍ୟ କଂଗ୍ରେସ ଭବନରେ ପାଳିତ ହୋଇଛି ଦଳର ୧୩୪ ତମ ପ୍ରତିଷ୍ଠା ଦିବସ। ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ନେତା ସୁର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଦିଲ୍ଲୀ ସ୍ଥିତ ଏଆଇସିସି ମୁଖ୍ୟାଳୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରମୁଖଙ୍କ ଉପସ୍ଥିତିରେ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି।

{"id":67944}

ପ୍ରତିଷ୍ଠା ଦିବସ ଅବସରରେ  ଜିଲ୍ଲା ପରିଷଦ ଜୋନରୁ ନେତାଙ୍କୁ ଡାକି ନିର୍ବାଚନ ମନ୍ତ୍ର ଦେବ ଦଳ।  ଆସନ୍ତା ନିର୍ବାଚନ ପାଇଁ ସାଧାରଣ ଲୋକଙ୍କ ମତରେ ତିଆରି ହେବ କଂଗ୍ରେସ ନିର୍ବାଚନ ଇସ୍ତାହାର । ଫେବ୍ରୁଆରୀ ସୁଦ୍ଧା ଚୂଡାନ୍ତ ଇସ୍ତାହାର ପ୍ରକାଶ ପାଇବ ।  ଦଳର ଇସ୍ତାହାର କମିଟିର ବୈଠକ ପରେ ଏହି ସୂଚନା ଦିଆଯାଇଛି। ଦଳର ଯୁବ, ମହିଳା ସଂଗଠନ ପରି ଛାମୁଆ ସଂଗଠନର ମତ ନେଇଛି କମିଟି ।

{"id":67945}

ଏହା ସହ ଲୋକଙ୍କ ମତ ନେବାକୁ ଦଳ ପକ୍ଷରୁ ସ୍ବତନ୍ତ୍ର ହ୍ବାଟସଆପ୍ ନମ୍ବର ଜାରି ହୋଇଛି ଏହା ସହ କଂଗ୍ରେସ ମାଇ ଚଏସ ନାଁରେ ଏକ ୱେବସାଇଟ୍ ଖୋଲିଛି । ଏଥିରେ ଦଳ ନିର୍ବାଚନ ଇସ୍ତାହାର ଲାଗି ମତ ସଂଗ୍ରହ କରିବ । କୃଷକ, ମହିଳା, ବେକାର ଓ ଯୁବକଙ୍କ ସମସ୍ୟା ସହ ସ୍ଥାନୀୟ ସମସ୍ୟା ମଧ୍ୟ ସ୍ଥାନ ପାଇବ । ଇସ୍ତାହାର କମିଟି ଅଧ୍ୟକ୍ଷ ଗଣେଶ୍ବର ବେହେରା ଏହି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.