ଆଜି ଦିଲ୍ଲୀରେ ବସୁଛି କଂଗ୍ରେସର ସିଇସି ବୈଠକ

Published By : Prameya-News7 Bureau | March 28, 2019 IST

ନୂଆଦିଲ୍ଲୀ ୨୮|୩ :  ଆଜି ଦିଲ୍ଲୀରେ ବସୁଛି କଂଗ୍ରେସର ସିଇସି ବୈଠକ । ଅପରାହ୍ନରେ ସୋନିଆ ଗାନ୍ଧୀଙ୍କ ବାସଭବନରେ ବସିବାକୁ ଥିବା ଏହି ବୈଠକରେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ନେଇ ଆଲୋଚନା ହେବ । 

ତେବେ ଏହା ପୂର୍ବରୁ କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି ।  କଂଗ୍ରେସର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାକୁ ନେଇ ଅସନ୍ତୋଷ ଓ ବିଦ୍ରୋହ ଦେଖା ଦେଇଥିବା ବେଳେ ଏବେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଉପରେ ସମସ୍ତଙ୍କ ନଜର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.