ବିଜେପୁର ଉପନିର୍ବାଚନ : ଆସନ୍ତା ୩୦ ତାରିଖରେ ନାମାଙ୍କନ ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ

Published By : Prameya-News7 Bureau | September 27, 2019 IST

ଭୁବନେଶ୍ବର ୨୭।୯: ବିଜେପୁର ଉପନିର୍ବାଚନ ନେଇ ସରଗରମ ହୋଇଛି ରାଜନୈତିକ ମାହୋଲ । କଂଗ୍ରେସ ଦଳ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ବିଜେଡି ଏବଂ ବିଜେପି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ଏଭଳି ସ୍ଥିତିରେ ଆସନ୍ତା ୩୦ ତାରିଖରେ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ବିଜେପୁର ବିଧାନସଭା ଆସନ ପାଇଁ କଂଗ୍ରେସ ଜିଲ୍ଲା ଉପସଭାପତି ଦିଲ୍ଲୀପ କୁମାର ପଣ୍ଡାଙ୍କୁ ପ୍ରାର୍ଥୀ କରିଛି । ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ମଧ୍ୟ ଦିଲ୍ଲୀପଙ୍କ ନାଁରେ ମୋହର ମାରିଥିଲା । ପୂର୍ବରୁ ବିଜେପୁର ଉପନିର୍ବାଚନ ନିମନ୍ତେ ପ୍ରାର୍ଥୀ ବାଛିବା ପାଇଁ ପିସିସି ପକ୍ଷରୁ ୫ ଜଣଙ୍କ ନାଁ ଏଆଇସିସିକୁ ପଠାଯାଇଥିଲା । ଶେଷରେ ବିଜେପୁର ବ୍ଲକ୍ ମାନପୁର ଗାଁର ଦିଲ୍ଲୀପ ପଣ୍ଡାଙ୍କ ନାଁରେ ମୋହର ମାରିଥିଲେ ହାଇକମାଣ୍ଡ ।

ପୂର୍ବରୁ ଆସନ୍ତା ୩୦ ତାରିଖରେ ବିଜେଡି ପ୍ରାର୍ଥୀ ନାମାଙ୍କନ ଦାଖଲ କରିବା ନେଇ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.