୨୦୧୯ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର ମାନସ ମନ୍ଥନ
21/08/2018 at 1:04 AM

ଭୁବନେଶ୍ୱର ୨୧/୮ : ୨୦୧୯ ସାଧାରଣ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ରାଜ୍ୟ କଂଗ୍ରେସ । ତୃତୀୟ ଦିନରେ ପ୍ରଦେଶ କଂଗ୍ରେସ କମିଟି ବୈଠକ ବସିବ । ଆଜି ପୂର୍ବତନ ବିଧାୟକମାନଙ୍କ ସହ ଆଲୋଚନା କରାଯିବ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରଭାରୀ ଜିତେନ୍ଦ୍ର ସିଂହ ସେମାନଙ୍କ ସହ ଆଲୋଚନା କରିବେ । ବିଶେଷ କରି ଯେଉଁମାନେ କମ ଭୋଟରେ ହାରିଛନ୍ତି ସେମାନଙ୍କ ସହ ଆଲୋଚନା କରିବେ ପିଇସି । ନିଜ ନିଜ ନିର୍ବାଚନ ମଣ୍ଡଳୀରେ କଣ ସମସ୍ୟା ରହିଛି , କେଉଁଠି ଅସୁବିଧା ରହୁଛି , ବର୍ତ୍ତମାନ ସଙ୍ଗଠନ କେମିତି ରହିଛି, ସଙ୍ଗଠନ ମଜବୁତ କରିବା ପାଇଁ କଣ କରାଯାଇପାରିବ ସେ ନେଇ ଆଲୋଚନା କରାଯିବ । ଗତକାଲି ପ୍ରାର୍ଥୀ ଚୟନ ନେଇ ରାଜ୍ୟ କଂଗ୍ରେସ ଭବନରେ ଦିନତମାମ ମାନସ ମନ୍ଥନ ହୋଇଥିଲା । ବୈଠକରେ ୪ଟି ମାନଦଣ୍ତରେ ପ୍ରାର୍ଥୀ ଚୟନ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଯେଉଁମାନେ ଗତ ନିର୍ବାଚନରେ ଅମାନତ ହରାଇ ଥିବେ ସେମାନଙ୍କୁ ଟିକେଟ୍ ମିଳିବ ନାହିଁ । ସେହିପରି ୨୦ ବର୍ଷ ଧରି ଯେଉଁମାନେ ୫ ହଜାରରୁ ୧୦ ହଜାର ମଧ୍ୟରେ ଭୋଟ୍ ପାଉଛନ୍ତି, ସେମାନଙ୍କ ସ୍ଥାନରେ ନୂଆ ମୁହଁ ଦିଆଯିବ । ଜିତିବା ସମ୍ଭାବନା ଥିବା ବ୍ୟକ୍ତିଙ୍କୁ ଟିକେଟ୍ ମିଳିବ । ଶେଷରେ ବର୍ତ୍ତମାନ ଥିବା ବିଧାୟକମାନଙ୍କ ଟିକେଟ୍ ଅପରିବର୍ତ୍ତିତ ରହିବ ବୋଲି ପିଇସି ବୈଠକରେ ନିଷ୍ପତ୍ତି ହୋଇଛି । ତିନିଦିନିଆ ପିସିସ ବୈଠକରେ ତୃଣମୂଳ ସ୍ତରରେ ସଂଗଠନକୁ କିପରି ସୁଦୃଢ କରାଯାଇପାରିବ, ଏହା ସହ ପ୍ରତି ନିର୍ବାଚନ ମଣ୍ଡଳୀରେ ଲୋକଙ୍କୁ ସଂଗଠିତ କରିବା ପାଇଁ ରୋଡମ୍ୟାପ ପ୍ରସ୍ତୁତ ହେବ ।