Monday, June 24, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଣ୍ଟାବାଂଜିରେ ମାତ୍ର ୧୨୮ଟି ଭୋଟରେ ଜିତିଲେ କଂଗ୍ରେସର ସନ୍ତୋଷ ସିଂ ସାଲିଜା, ଜଣନ୍ତୁ ଆଉ କେଉଁ କେଉଁ ଆସନରେ ହୋଇଛି ଏମିତି କ୍ଲୋଜ ଫାଇଟ୍

ଭୁବନେଶ୍ବର ୨୪|୫: ଫଳାଫଳ ସ୍ପଷ୍ଟ ।ଭୋଟରଙ୍କ ଫଇସଲା ଜାଣିସାରିଛନ୍ତି ପ୍ରାର୍ଥୀ ।କିନ୍ତୁ କେତେକ ଆସନରେ ହୋଇଛି ଜୋରଦାର ଟକ୍କର ।ଟକ୍କର ଏମିତି ଯେ ଶେଷ ରାଉଣ୍ଡ ପର୍ଯ୍ୟନ୍ତ ସ୍ଥିର ହୋଇପାରୁନଥିଲା କିଏ ଜିତିବେ କିଏ ହାରିବେ ।ମାତ୍ର ୫ ଶହ ହଜାରେ ଦୁଇ ହଜାର ଭୋଟରେ ହୋଇଛି ନିଷ୍ପତ୍ତି । ଏହିସବୁ ଆସନରେ ମାତ୍ର ହଜାରେ ଦି ହଜାରେ ଭୋଟରେ ନିର୍ବାଚନ ଫଳାଫଳ ଫଇସଲା ହୋଇଛି ।

ସେହିପରି କେତେକ ଲୋକସଭା ଆସନର ଫଳାଫଳ ୧୦ ହଜାର ଏବଂ ୨୦ ହଜାରରୁ କମ୍‌ ଭୋଟ୍‌ରେ ଫଇସଲା ହୋଇଛି । କିନ୍ତୁ ଏହିସବୁ ଆସନର ଫଳାଫଳ ଯଦି ଭିନ୍ନ ହୋଇଥାନ୍ତା ତେବେ ଏହା ସଂଖ୍ୟା ଗଣିତକୁ ଏପଟ ସେପଟ କରିଦେଇଥାନ୍ତା ।ଆସନ୍ତୁ ନଜର ପକାଇବା ଏପରି କେତେକ ଆସନର ଫଳାଫଳ ଉପରେ । …

ବଲାଙ୍ଗିରର କଣ୍ଟାବାଞ୍ଝି ବିଧାନସଭା ଆସନ । ଏଠାରେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ୧୨୮ ଖଣ୍ଡ ଭୋଟରେ ବିଜେପିର ଲକ୍ଷ୍ମଣ ବାଗଙ୍କୁ ହରାଇଛନ୍ତି । କୋରାପୁଟର ଲକ୍ଷ୍ମୀପୁର ବିଧାନସଭା ଆସନରେ ବିଜେଡିର ପ୍ରଭୂ ଜାନୀ କଂଗ୍ରେସର କୈଳାସ କୁଲେସିକାଙ୍କୁ ୨୨୯ଟି ଭୋଟରେ ହରାଇଛନ୍ତି ।

ସେହିପରି ଢେଙ୍କାନାଳର ପରଜଙ୍ଗ ବିଧାନସଭା ସିଟ୍‌ରେ ବିଜେଡି ପ୍ରାର୍ଥୀ ନୃସିଂହ ସାହୁ ୭୪୦ ଭୋଟରେ ବିଜେପିର ବିଭୂତି ଭୂଷଣ ପ୍ରଧାନଙ୍କୁ ହରାଇଛନ୍ତି । ସୁନ୍ଦରଗଡ଼ ରାଜଗାଙ୍ଗପୁରରେ କଂଗ୍ରେସର ସିଏସ୍‌ ରାଜେନ ଏକ୍କା ୯୪୬ ବିଜେଡିର ମଙ୍ଗଳା କିଷାନଙ୍କୁ ହରାଇଛନ୍ତି । ସେହିପରି ମୟୂରଭଞ୍ଜ ଉଦଳାରେ ବିଜେପିର ଭାସ୍କର ମଢେଇ ୧୪୩୩ ଭୋଟରେ ବିଜେଡିର ଶ୍ରୀନାଥ ସୋରେନଙ୍କୁ ହରାଇଛନ୍ତି ।

ବାଲେଶ୍ବର ନୀଳଗିରିରେ ବିଜେପିର ସୁକାନ୍ତ ନାୟକ ୧୫୭୭ ଭୋଟରେ ବିଜେଡିର ସନ୍ତୋଷ ଖଟୁଆଙ୍କୁ ହରାଇଛନ୍ତି । ମୋହନାରେ କଂଗ୍ରେସର ଦାଶରଥୀ ଗମାଙ୍ଗ ୨୩୫୪ ଭୋଟରେ ବିଜେଡିର ପୂର୍ଣ୍ଣବାସୀ ନାୟକଙ୍କୁ ହରାଇଛନ୍ତି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଧାନସଭା ଆସନ । ବିଜେଡି଼ର ପୂର୍ଣ୍ଣଚନ୍ଦ୍ର ବାକା ଏଠାରେ ୨୫୪୫ ଭୋଟରେ କଂଗ୍ରେସର ଲକ୍ଷ୍ମୀପ୍ରିୟା ନାୟକଙ୍କୁ ପରାସ୍ତ କରିଛନ୍ତି ।

କୋଟପାଡ଼ ଆସନରେ  ବିଜେଡିର ପଦ୍ମିନୀ ଦିଆନ ୨୬୩୧ ଭୋଟରେ କଂଗ୍ରେସର ଚନ୍ଦ୍ରଶେଖର ମାଝୀଙ୍କୁ ହରାଇଛନ୍ତି । ସେହିପରି ଗୋପାଳପୁରରେ ବିଜେଡିର ପ୍ରଦୀପ ପାଣିଗ୍ରାହୀ ୨୬୭୩ ଭୋଟରେ ବିଜେପିର ବିଭୂତି ଜେନାଙ୍କୁ ହରାଇଛି । ନୂଆପଡ଼ାର ଖରିଆର ସିଟ୍‌ରେ କଂଗ୍ରେସର ଅଧିରାଜ ମୋହନ ପାଣିଗ୍ରାହୀ ୨୮୫୭ ଭୋଟରେ ବିଜେଡିର ଲମ୍ବୋଦର ନିଆଲଙ୍କୁ ପରାସ୍ତ କରିଛନ୍ତି । କିନ୍ତୁ ଏହିସବୁ ଆସନରେ ଯଦି କ୍ଲୋଜ୍‌ ଫାଇଟ୍‌ ପରେ ଫଳ ଏପଟ ସେପଟ ହୋଇଥାନ୍ତା ତେବେ ଏହା ନିର୍ବାଚନର ସଂଖ୍ୟା ଗଣିତକୁ ଏପଟ ସେପଟ କରିଦେଇଥାନ୍ତା ।

ସେହିପରି ଲୋକସଭା ଆସନ ଗୁଡ଼ିକ ଉପରେ ନଜର ପକାଇଲେ ମଧ୍ୟରେ କେତେକ ସିଟ୍‌ରେ କ୍ଲୋଜ୍‌ ଫାଇଟ୍‌ ଦେଖିବାକୁ ମିଳିଛି । କୋରାପୁଟ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲ୍ଲାକା, ବିଜେଡିର କୌଶଲ୍ୟା ହିକ୍କକାଙ୍କୁ ମାତ୍ର ୩୬୧୩ ଭୋଟରେ ହରାଇଛନ୍ତି । ସମ୍ବଲପୁରରେ ବିଜେପିର ନୀତେଶ ଗଙ୍ଗଦେବ ୯୧୬୨ ଭୋଟରେ ବିଜେଡିର ନଳିନୀକାନ୍ତ ପ୍ରଧାନଙ୍କୁ ହରାଇଛନ୍ତି ।

ସେହିପରି ପୁରୀରେ ବିଜେଡିର ପିନାକୀ ମିଶ୍ର ୧୧୭୧୪ ଭୋଟରେ ବିଜେପିର ସମ୍ବିତ ପାତ୍ରଙ୍କୁ ହରାଇଛନ୍ତି ।ବାଲେଶ୍ବର ଲୋକସଭା ଆସନରେ ବିଜେପିର ପ୍ରତାପ ଷଡ଼ଙ୍ଗୀ, ୧୨୯୫୬ ଭୋଟରେ ବିଜେଡିର ରବୀନ୍ଦ୍ର ଜେନାଙ୍କୁ ହରାଇଛନ୍ତି ।

ବଲାଙ୍ଗିରରେ ବିଜେପିର ସଙ୍ଗୀତା ସିଂହଦେଓ ମାତ୍ର ୧୯୫୧୬ ଭୋଟ୍‌ରେ ବିଜେଡିର କଳିକେଶ ନାରାୟଣ ସିଂହଦେଓଙ୍କୁ ହରାଇଛନ୍ତି । ଭୁବନେଶ୍ବରରେ ବିଜେପିର ଅପରାଜିତା ଷଡ଼ଙ୍ଗୀ ବିଜେଡିର ଅରୂପ ପଟ୍ଟନାୟକଙ୍କୁ ୨୩୮୩୯ ଭୋଟରେ ହରାଇଛନ୍ତି । ଏହିସବୁ ଆସନରେ କିଛି ଭୋଟ୍‌ ଏପଟ ସେପଟ ହୋଇଥିଲେ ଅନେକ ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟ ବଦଳି ଯାଇଥାନ୍ତା ।….

180 Views

   ସମ୍ବନ୍ଧିତ ଖବର