ଆଜି ଦିଲ୍ଲୀରେ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ, ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଉପରେ ବାଜିପାରେ ମୋହର

Published By : Prameya-News7 Bureau | March 14, 2019 IST

ନୂଆଦିଲ୍ଲୀ ୧୪|୩ : ଆଜି ଦିଲ୍ଲୀରେ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ଏଥିରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଉପରେ ମୋହର ବାଜିପାରେ । ସ୍କ୍ରିନିଂ କମିଟି ବୈଠକରେ ଓଡ଼ିଶାର ୧୫ଟି ଲୋକସଭା ଓ ୧୦୫ଟି ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀମାନଙ୍କ ତାଲିକା ଆପାତତଃ ଚୂଡ଼ାନ୍ତ ହୋଇଥିବା ସୂଚନା ମିଳୁଛି । ସେହି ତାଲିକା ଏଆଇସିସିର କେନ୍ଦ୍ରୀୟ ନିର୍ବାଚନ କମିଟି-ସିଇସିକୁ ପଠାଯାଇଛି । ଓଡ଼ିଶାରେ ନିର୍ବାଚନ ପାଇଁ ଆସନ୍ତା ୧୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ।

ଏହା ପୂର୍ବରୁ ଅର୍ଥାତ୍  ୧୭ ତାରିଖରେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ନିର୍ବାଚନ ସାମ୍ନା କରୁଥିବା ରାଜ୍ୟର ସମସ୍ତ ଲୋକସଭା ଓ ବିଧାନସଭା ପାଇଁ ସମ୍ଭବତଃ କଂଗ୍ରେସ ପ୍ରାର୍ଥୀମାନଙ୍କ ନାମ ଘୋଷଣା ହେବ । ସ୍କ୍ରିନିଂ କମିଟିର ମାରାଥନ୍  ବୈଠକରୁ ଏଭଳି ଆଭାସ ମିଳିଛି ।  ୧୬ ତାରିଖରେ ସ୍କ୍ରିନିଂ କମିଟି ପୁଣି ଥରେ ବସିବ ।

ସେଦିନ ସମସ୍ତ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକାକୁ ଅନ୍ତିମ ରୂପ ଦିଆଯାଇ ସିଇସିକୁ ପଠାଯିବ ।  ୧୭ରେ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ । ତେବେ କଂଗ୍ରେସର ବି ଖୋଲିପାରେ ମହିଳା କାର୍ଡ । ୫ଟି ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଦେଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.