Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

କଂଗ୍ରେସର ଚୂଡାନ୍ତ ପ୍ରାର୍ଥୀ ତାଲିକା ପାଇଁ ପୁଣି ଆଲୋଚନା ହେବ : ଚିରଞ୍ଜିବୀ ବିଶ୍ୱାଳ

12/03/2019 at 12:43 PM

ଭୁବନେଶ୍ୱର ୧୨/୩ : ସ୍କ୍ରିନିଂ କମିଟି ବୈଠକରେ ଯୋଗ ଦେଇ ଦିଲ୍ଲୀରୁ ଫେରିଲେ ଚିରଞ୍ଜିବୀ ବିଶ୍ବାଳ | ଚିରଞ୍ଜିବୀ ବିଶ୍ବାଳ ହେଉଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି | ପ୍ରାର୍ଥୀ ଚୟନ ନେଇ ସେ ପ୍ରତିକ୍ରିୟା ରଖିଛନ୍ତି | ସେ କହିଛନ୍ତି ଯେ, ତାଲିକା ନେଇ କେବଳ ଆଲୋଚନା ହୋଇଛି | କୌଣସି ଫାଇନାଲ ଲିଷ୍ଟ୍ ହୋଇନାହିଁ | ଚୁଡାନ୍ତ ତାଲିକା ପାଇଁ ପୁଣି ଆଉ ଥରେ ଆଲୋଚନା ହେବ | ଯେହେତୁ ଅନେକ ଯୋଗ୍ୟ ପ୍ରାର୍ଥୀ ଅଛନ୍ତି, ତେଣୁ ପ୍ରାର୍ଥୀ ଚୁଡାନ୍ତ କରିବା କଷ୍ଟକର ହେଉଛି | ପ୍ରାର୍ଥୀ ତାଲିକା ସିଇସିକୁ ପଠାଯାଇନାହିଁ |

ଗତକାଲି ପ୍ରାର୍ଥୀ ତାଲିକା ଚୂଡାନ୍ତ କରିବା ପାଇଁ ଦିଲ୍ଲୀ ଠାରେ ପିସିସି ସଭାପତିଙ୍କ ସମେତ ବରିଷ୍ଠ କଂଗ୍ରେସ ନେତାମାନେ ଡେରା ପକାଇଛନ୍ତି | ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ସ୍କ୍ରିନିଙ୍ଗ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା | ବୈଠକରେ ପ୍ରାର୍ଥୀ ଚୂଡାନ୍ତ ହୋଇନଥିବା ଚିରଞ୍ଜିବି କହୁଥିଲେ ମଧ୍ୟ ବାସ୍ତବରେ ୩ଟି ପର୍ଯ୍ୟାୟର ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇସାରିଥିବ ଭିତିରିଆ ସୂତ୍ରରୁ ଜଣାପଡିଛି | ଏପରିକି ଏହି ୩ଟି ପର୍ଯ୍ୟାୟ ପାଇଁ ଏକ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି | ଆଉ ଗୋଟିଏ ପର୍ଯ୍ୟାୟର ପ୍ରାର୍ଥୀ ତାଲିକା ବାକି ରହିଛି | ଆଜି ତାହା ମଧ୍ୟ ସ୍ଥିରୀକୃତ ହେବ | ସ୍କ୍ରିନିଙ୍ଗ କମିଟିରୁ ସିଇସିକୁ ତାଲିକା ପଠାଯିବା ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ |


ସୂଚନାଯୋଗ୍ୟ ଯେ, ସମସ୍ତଙ୍କଠୁ ଆଗରେ ଚଳିତ ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିବା ବୋଲି ପିସିସି ସଭାପତି କହିଥିଲେ | ସେହି ଅନୁସାରେ ମଧ୍ୟ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା | ତେବେ ଯେତେ ଆଗୁଆ ପ୍ରକ୍ରିୟା ଆରମ୍ଭ କଲେ ମଧ୍ୟ ଏଯାଏଁ ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇପାରୁନାହିଁ |

   Related Posts