କଂଗ୍ରେସ ଛାଡିଲେ ତିର୍ତ୍ତୋଲ ପ୍ରାର୍ଥୀ ବିଭୁ ପ୍ରସାଦ ତରେଇ

Published By : Prameya-News7 Bureau | April 03, 2019 IST

ଭୁବନେଶ୍ବର୪|୩: କଂଗ୍ରେସର ତିର୍ତ୍ତୋଲ ପ୍ରାର୍ଥୀ ବିଭୂ ପ୍ରସାଦ ତରାଇ କଂଗ୍ରେସ ଛାଡିଛନ୍ତି । ପୂର୍ବତନ ସାଂସଦ ବିଭୂ ପ୍ରସାଦ ତରାଇ ଜଗତସିଂପୁର ଲୋକସଭା ଆସନରୁ ପ୍ରାର୍ଥୀ ହେବା ପାଇଁ ଆଗ୍ରହୀ ଥିବାବେଳେ ତାଙ୍କୁ ଦଳ ତିର୍ତୋଲରୁ ପ୍ରାର୍ଥୀ କରିଥିଲା । ସେ ତାଙ୍କ ଇସ୍ତଫା ପତ୍ର ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୦୯ ମସିହାରେ ବିଭୂ ପ୍ରସାଦ ତରାଇ ପଞ୍ଚଦଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ । କଂଗ୍ରେସ ଛାଡିପରେ ତାଙ୍କର ପରବର୍ତ୍ତୀ ରାଜନୈତିକ ପଦକ୍ଷେପ କଣ ହେବ ସେ ନେଇ ସେ କିଛି ସ୍ପଷ୍ଟ କରିନାହାଁନ୍ତି ।

ସେହିଭଳି ପିପିଲି ପାଇଁ ଟିକେଟ ପାଇଥିବା ଯୁଧିଷ୍ଠିର ସାମନ୍ତରାୟ ମଧ୍ୟ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି । ପୃଥ୍ବୀ ବଲ୍ଲଭ ପଟ୍ଟନାୟକଙ୍କୁ ଦଳ ବେଗୁନିଆ ପାଇଁ  ଘୋଷଣା କରିଥିଲା । ସେ ମଧ୍ୟ ଆଜି ନିର୍ବାଚନ ଲଢିବେ ନାହିଁ ବୋଲି ପିସିସି ସଭାପତିଙ୍କୁ ଜଣାଇଦେଇଛନ୍ତି । ଫଳରେ କଂଗ୍ରେସ ପାଇଁ ଏବେ ମୁଣ୍ଡ ବଥାର କାରଣ ହୋଇଛି ।

{"id":99830}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.