Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ନେତାଜୀ କହିଲେ- ଜନତା ଜାଣିଛନ୍ତି କେବେ କାହାକୁ ଉଠାଯିବ ଏବଂ କାହାକୁ ଖସାଯିବ…ଠିକ୍ ସେହି ସମୟରେ ଭାଙ୍ଗିଲା ମଞ୍ଚ, ଦେଖନ୍ତୁ ଭିଡିଓ

29/10/2020 at 5:36 PM

ଦରଭଙ୍ଗା ୨୯।୧୦: ବିହାର ବିଧାନସଭା ନିର୍ବାଚନ ୨୦୨୦ର ଦ୍ଵିତୀୟ ପର୍ଯ୍ୟାୟ ମତଦାନ ପାଇଁ ନେତା ଓ ପ୍ରାର୍ଥୀ ଜୋରସୋରରେ ପ୍ରଚାର ଅଭିଯାନ ଚଳାଇଛନ୍ତି। ଏହି ସମୟରେ ଅନେକ ଅପ୍ରତ୍ୟାଶିତ ଘଟଣା ମଧ୍ୟ ଘଟୁଛି। ଏହି କ୍ରମରେ ଦରଭଙ୍ଗା ଜିଲ୍ଲାରେ ଏକ ଅସ୍ଵାଭାବିକ ଘଟଣା ଦେଖିବାକୁ ମିଳିଛି। ଜିଲ୍ଲାର ଜାଲେ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଯେତେବେଳେ ମଞ୍ଚରୁ କହୁଥିଲେ, ‘ଗଣତନ୍ତ୍ରରେ ଜନତା ସବୁ ଜାଣନ୍ତି, କାହାକୁ କେବେ ଉଠାଇବେ ଏବଂ କାହାକୁ କେବେ ଖସାଇବେ’। ଠିକ୍ ଏହି ସମୟରେ ଅଚାନକ ତାଙ୍କ ମଞ୍ଚ ଭାଙ୍ଗି ପଡିଲା ଏବଂ ସେ ତଳେ ପଡିଗଲେ।

ଜାଲେ ବିଧାନସଭା କ୍ଷେତ୍ରରୁ କଂଗ୍ରେସ ପାର୍ଟି ଅଲିଗଢ ମୁସଲିମ ୟୁନିଭର୍ସିଟିର ପୂର୍ବତନ ଛାତ୍ରସଂଘ ସଭାପତି ମଶକୁର ଉସ୍ମାନୀଙ୍କୁ ନିଜର ପ୍ରାର୍ଥୀ କରିଛି। ମଶକୁର ନିଜ କ୍ଷେତ୍ରରେ ନିର୍ବାଚନୀ ପ୍ରଚାରରେ ଯାଇଥିଲେ। ଏହି ସମୟରେ ସେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ। ଯେବେ ସେ ମଞ୍ଚରୁ କହୁଥିଲେ ଗଣତନ୍ତ୍ରରେ ପାଞ୍ଚ ବର୍ଷରେ ସରକାର ଚୟନ କରିବାକୁ ଜନତାଙ୍କୁ ସୁଯୋଗ ମିଳିଥାଏ। ଜନତାଙ୍କ ହାତରେ ଏହା ଥାଏ, ଯେ ସେମାନେ କାହାକୁ କେବେ ଉଠାଇବେ ଏବଂ କାହାକୁ କେବେ ଖସାଇବେ। ଯେମିତି ତାଙ୍କର ଖସାଇବା ଶବ୍ଦ ଶେଷ ହେଲା, ଉସ୍ମାନୀଙ୍କ ମଞ୍ଚ ମଧ୍ୟ ଠିକ୍ ସେହି ସମୟରେ ଭାଙ୍ଗିଗଲା ଏବଂ ସେ ମଞ୍ଚରୁ ସିଧା ତଳେ ଖସି ପଡିଲେ।

କିଏ ଏହି  କଂଗ୍ରେସ ପ୍ରାର୍ଥୀ ମଶକୁର ଉସ୍ମାନୀ ?

ଡ ମଶକୁର ଉସ୍ମାନୀ ମୂଳତଃ ଦରଭଙ୍ଗା ଜିଲ୍ଲାର ବାସିନ୍ଦା। ସେ ୨୦୧୭ରେ ଅଲିଗଢ ମୁସଲିମ ୟୁନିଭର୍ସିଟିରୁ ଛାତ୍ର ସଂଘ ନିର୍ବାଚନ ଜିତିଥିଲେ। ଏହା ପରେ ସେ ତେବେ ଦର୍ଚ୍ଚାକୁ ଆସିଥିଲେ ଯେତେବେଳେ ୨୦୧୮ରେ ଅଲିଗଢ ମୁସଲିମ ବିଶ୍ଵ ବିଦ୍ୟାଳୟର ଛାତ୍ରସଂଘର ହଲ୍‌ରେ ମହମ୍ମଦ ଅଲି ଜିନ୍ନାଙଯକ ଫଟୋ ଦେଖିବାକୁ ମିଳିଥିଲା।

   Related Posts