ତିର୍ତ୍ତୋଲରେ ବଢିଲାଣି ନିର୍ବାଚନୀ ଉସ୍ମତା : ନାମାଙ୍କନ ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲିକ

Published By : Prameya-News7 Bureau | October 15, 2020 IST

ଜଗତସିଂହପୁର ୧୫।୧୦: ତିର୍ତ୍ତୋଲ ଉପନିର୍ବାଚନକୁ ନେଇ ସରଗରମ ହେବାରେ ଲାଗିଛି ରାଜନୈତିକ ମାହୋଲ । ଉପନିର୍ବାଚନକୁ ନେଇ ଧୀରେ ଧୀରେ ବଡୁଛି ନିର୍ବାଚନୀ ଉସ୍ମତା । ନେତାଠାରୁ ଆରମ୍ଭ କରି ଭୋଟର ଓ କର୍ମୀଙ୍କ ମଧ୍ୟରେ ବେଶ ତତ୍ପରତା ବୃଦ୍ଧି ପାଇ ଚାଲିଥିବାର ଦେଖିବାକୁ ମିଳିଛି ।

{"id":344794,"sizeSlug":"large"}

ବିଜେଡି ଓ ବିଜେପି ନିଜ ସପକ୍ଷରେ ଭୋଟ୍ ଗୋଟାଇବା ପାଇଁ ବିଭିନ୍ନ ସ୍ଥାନରେ କର୍ମୀମାନଙ୍କୁ ଏକାଠି କରି ଘନ ଘନ ବୈଠକ ଚଳାଇ ଥିବା ବେଳେ କଂଗ୍ରେସ ପ୍ରାର୍ଥୀ ମଧ୍ୟ ଡୋର ଟୁ ଡୋର କ୍ୟାମ୍ପେନିଂ ଆରମ୍ଭ କରିଛନ୍ତି ।

{"id":344795,"sizeSlug":"large"}

ପୂର୍ବରୁ ବିଜେପି ପ୍ରାର୍ଥୀ ରାଜ କିଶୋର ବେହେରା ତାଙ୍କର ନାମାଙ୍କନ ପତ୍ର ଦାଖଲ କରି ସାରିଥିବା ବେଳେ ଗୁରୁବାର କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲିକ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଆସନ୍ତାକାଲି ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.