ପିପିଲି ଉପ-ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ମହାପାତ୍ର

Published By : Prameya-News7 Bureau | April 26, 2021 IST

ପୁରୀ ୨୬।୪: ପିପିଲି ଉପ-ନିର୍ବାଚନ ପାଇଁ ସୋମବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର । ମଙ୍ଗଳପୁର ସ୍ଥିତ ବ୍ଲକ୍ କଂଗ୍ରେସ କାର୍ଯ୍ୟାଳୟରୁ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ବାହାରି ଥିଲେ ବିଶ୍ବକେଶନ । ପୁରୀ ଏଡିଏମଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିଶ୍ବକେଶନ ସେଠାରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ଏବେ ପୁରୀ ଜିଲ୍ଲା ସେବାଦଳର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଛନ୍ତି । ଏହାସହ ପୁରୀ କୋର୍ଟରେ ଓକିଲାତି ମଧ୍ୟ କରୁଛନ୍ତି । ତୃଣମୂଳସ୍ତରରେ ଦଳର ଜଣେ ଭଲ ସଂଗଠକ ଭାବେ ସେ ଜଣାଶୁଣା ଓ ଦଳ ପ୍ରତି ଆନୁଗତ୍ୟ ରହିଥିବାରୁ ତାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । 

ସୂଚନାଯୋଗ୍ୟ ଯେ, ପିପିଲି ଉପ-ନିର୍ବାଚନ ପାଇଁ ଗତ ଅପ୍ରେଲ ୧୭ ତାରିଖରେ ମତଦାନ ହେବାର ଥିଲା । କିନ୍ତୁ ଅପ୍ରେଲ ୧୪ ତାରିଖରେ କରୋନାରେ ସଂକ୍ରମିତ ହୋଇ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଥିଲା । ପରେ ନିର୍ବାଚନ କମିଶନର ପିପିଲି ନିର୍ବାଚନକୁ ବାତିଲ କରିଥିଲେ । ତେବେ ମେ’ ୧୩ରେ ମତଦାନ ହେବା ନେଇ ଘୋଷଣା କରାଯାଇଥିଲା କିନ୍ତୁ ଇଦ୍‌-ଉଲ୍‌-ଫିତର ପଡୁଥିବାରୁ ମେ’ ୧୬ରେ ମତଦାନ ହେବା ନେଇ ସାନି ବିଜ୍ଞପ୍ତି ଜାରି କରିଥିଲେ ମୁଖ୍ୟ ନିର୍ବାଚନ କମିଶନର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.