ବଡଚଣାର କଂଗ୍ରେସ ପ୍ରାର୍ଥୀ ହେଲେ ଅଜୟ ସାମଲ

Published By : Prameya-News7 Bureau | April 09, 2019 IST

ଭୁବନେଶ୍ବର ୯|୪ : ଯାଜପୁର ଜିଲ୍ଲା ବଡଚଣା ବିଧାନସଭା ଆସନ ପାଇଁ କଂଗ୍ରେସ ତାର ପ୍ରାର୍ଥୀ ବଦଳାଇଛି । ଗତକାଲି ସୀତାକାନ୍ତ ମହାନ୍ତି ପ୍ରାର୍ଥୀ ନହେବା ନେଇ ଘୋଷଣା କରିବା ପରେ ଆଜି ତାଙ୍କ ସ୍ଥାନରେ ଅଜୟ ସାମଲଙ୍କ ଟିକେଟ୍ ଦେଇଛି ଦଳ । ନାମାଙ୍କନ ଦାଖଲର ଆଜି ହେଉଛି ଶେଷ ଦିନ । ତେବେ ଅଜୟ ଆଜି ନାମାଙ୍କନ ଦାଖଲ କରିବେ । ପୂର୍ବରୁ ବରିଷ୍ଠ ନେତା ତଥା ବଡଚଣାରୁ ପ୍ରାର୍ଥୀ ହୋଇଥିବା ସୀତାକାନ୍ତ ମହାପାତ୍ର ଟିକେଟ୍ ମିଳିବାରେ ବିଳମ୍ବରେ ଅଭିଯୋଗ ଦର୍ଶାଇ ଶେଷ ମୁହୂର୍ତ୍ତରେ ଲଢିବାକୁ ମନାକରିଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.