ପୁରୀ ସଦର ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

Published By : Prameya-News7 Bureau | April 18, 2019 IST

ପୁରୀ ୧୮|୪: ପୁରୀ ଲୋକସଭା ଆସନ ଅନ୍ତର୍ଗତ ପୁରୀ ସଦର ନିର୍ବାଚନମଣ୍ଡଳୀରେ ତୃତୀୟ ପର୍ଯ୍ୟାୟରେ ଆସନ୍ତା ୨୩ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ୨୧ ତାରିଖ ସନ୍ଧ୍ୟା ୬ଟାରେ ସରିବ ପ୍ରଚାର। ଏଥିପାଇଁ ପ୍ରଚାରକୁ ଯୋରଦାର କରିଛି କଂଗ୍ରେସ ।

{"id":104691}

ପୁରୀ ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ସତ୍ୟପ୍ରକାଶ ନାୟକ ଓ ବିଧାନସଭା ପ୍ରାର୍ଥୀ ଇଂ ଅରୋପ୍ରସାଦ ମିଶ୍ର ଆଜି ପୌରାଞ୍ଚଳର ବିଭିନ୍ନ ସାହି, ଗଳିକନ୍ଦିରେ ପ୍ରଚାର କରିଛନ୍ତି। ଭିଆଇପି ରୋଡ୍ ସ୍ଥିତ କଂଗ୍ରେସ ଭବନଠାରୁ ଦଳୀୟ ନେତା ଓ କର୍ମୀଙ୍କ ସହ ଶତାଧିକ ସମର୍ଥକଙ୍କୁ ନେଇ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ସହର ପରିକ୍ରମା କରି ଭୋଟ୍ ଭିକ୍ଷା କରିଥିଲେ।

{"id":104692}

ପୁରୀ ଲୋକସଭା ଆସନର ବିକାଶ ତଥା ପୁରୀକୁ ଏକ ନମ୍ବର କରିବା ପାଇଁ କଂଗ୍ରେସର ନିର୍ବାଚନୀ ଇସ୍ତାହାରକୁ ନେଇ ଭୋଟରଙ୍କୁ ଭୋଟ୍ ଭିକ୍ଷା କରୁଛନ୍ତି ଦୁଇ ପ୍ରାର୍ଥୀ। ଏଠାରେ ପରିବର୍ତ୍ତନ ହୋଇ ଦୁଇ ଜଣ ବିଜୟ ଲାଭ କରିବେ ବୋଲି ଦୃଢ ଆଶାବାଦୀ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.