Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ପିପିଲି ଉପ ନିର୍ବାଚନ: କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ କରୋନା ପଜିଟିଭ୍, ସଙ୍ଗରୋଧରେ ରହି ନିଜ ରିପୋର୍ଟକୁ ଅପେକ୍ଷା କରିଛନ୍ତି ନିରଞ୍ଜନ ପଟ୍ଟନାୟକ

10/04/2021 at 8:56 PM

ଭୁବନେଶ୍ଵର ୧୦।୦୪: ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଅଜିତ୍ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ କିଛି ବରିଷ୍ଠ ନେତା କରୋନା ଟେଷ୍ଟ କରାଇବା ସହ ସଂଗରୋଧରେ ରହି ରିପୋର୍ଟକୁ ଅପେକ୍ଷା କରିଛନ୍ତି । ଏମିତିରେ ପିପିଲି ପ୍ରଚାରକୁ ନେଇ ଦଳ ପାଇଁ ସୃଷ୍ଟି ହୋଇଛି ଅଡ଼ୁଆ ପରିସ୍ଥିତି । ସେପଟେ ପ୍ରଚାର ମଇଦାନର କଂଗ୍ରେସ ପ୍ରାର୍ଥୀ ଦୂରେଇ ରହିବା ବିଜେଡି ନା’ ବିଜେପି କାହା ପାଇଁ ଫାଇଦା ଦେବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

ପିପିଲି ଉପନିର୍ବାଚନ ପ୍ରଚାର ମଇଦାନରେ ଅସ୍ତିତ୍ବ ବଂଚାଇବାକୁ ଲଢ଼େଇ କରୁଛି କଂଗ୍ରେସ । ପିପିଲି ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅଜିତ୍ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ପ୍ରଚାର ସମୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ପିସିସି ସଭାପତି ଓ ଦଳର କିଛି ବରିଷ୍ଠ ନେତା କରୋନା ଟେଷ୍ଟ କରାଇବା ସହ ସଂଗରୋଧରେ ରହି ରିପୋର୍ଟକୁ ଅପେକ୍ଷା କରିଛନ୍ତି । ଏଭଳି ପରିସ୍ଥିତି ପିପିଲି ଉପନିର୍ବାଚନକୁ ନେଇ ଅଡ଼ୁଆ ପରିସ୍ଥିତିର ସାମ୍ନା କରୁଛି କଂଗ୍ରେସ । ତେବେ ଆଜି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଭୋଟ ଭିକ୍ଷା କରିଛନ୍ତି କଂଗ୍ରେସ ସହ ପ୍ରଭାରୀ ରୁଦ୍ର ରାଜୁ, ବିଧାୟକ ସୁରେଶ ରାଉତରାୟ ଓ ବିଧାୟକ ତାରାପ୍ରସାଦ ବାହିନୀପତି, କଂଗ୍ରେସ ନେତା ଜୟଦେବ ଜେନା ପ୍ରମୁଖ।

ସେପଟେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଡେଲାଙ୍ଗରେ ପ୍ରଚାର କରିଥିବା ବେଳେ ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ସାଥୀରେ ଧରି ପିପିଲିରେ ପ୍ରଚାର କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ସେହିଭଳି ବଳଙ୍ଗାରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବିଧାୟକ ଅତନୁ ସବ୍ୟସାଚୀ ନାୟକ। ଡେଲାଙ୍ଗ ଓ ବଳଙ୍ଗାରେ ମହିଳା ଭୋଟରଙ୍କୁ ଫୋକସ କରିଛନ୍ତି ଦଳୀୟ ନେତା।

୨୦୧୯ ନିର୍ବାଚନରେ  ପିପିଲିରେ  କଂଗ୍ରେସ  ତୃତୀୟ ସ୍ଥାନକୁ ଖସି ଆସିଥିବା ବେଳେ ଦଳୀୟ ପ୍ରାର୍ଥୀ  ପାଇଥିଲେ ପାଖାପାଖି ୧୦ହଜାର ଭୋଟ୍ । ସେତେବେଳ ବିଜେଡି ଓ ବିଜେପି ଭିତରେ ଫାଇଟ୍ ହୋଇଥିଲା । ଆଉ ମାତ୍ର ୧୫ ହଜାର ଭୋଟ ବ୍ୟବଧାନରେ ଦ୍ବିତୀୟ ସ୍ଥାନରେ ରହିଥିଲେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ। ଏବେ ପିପିଲିର ପ୍ରଚାର ମଇଦାନରେ କଂଗ୍ରେସ ପ୍ରାର୍ଥୀଙ୍କ ଅନୁପସ୍ଥିତି ଉଭୟ ବିଜେପି ଓ ବିଜେଡିକୁ ସୁହାଇଛି । କିଏ ଓ କିଭଳି ମଉକାର ଫାଇଦା ଉଠାଇବେ ତାକୁ ନେଇ ଉଭୟଙ୍କ ଭିତରେ ଆରମ୍ଭ ହୋଇଗଲାଣି ପ୍ରତିଯୋଗିତା।

ପିପିଲି ଉପନିର୍ବାଚନ ମଇଦାନରେ ଉଭୟ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କ ଅନୁପସ୍ଥିତିର ଆଡଭାଣ୍ଟାଜ୍ କିଏ ନେଉଛି ତା’ ଉପରେ  ରହିବ ନଜର।

   Related Posts