Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ରାହୁଲ ହେବେନି ଆଉ ଜଣେ ନୂଆ ନେତାଙ୍କୁ ଆଗକୁ ଆଣିବ କଂଗ୍ରେସ !

6/12/2021 at 7:00 PM

ନୂଆଦିଲ୍ଲୀ ୦୬/୧୨ : ରାହୁଲ ଗାନ୍ଧି ନୁହେଁ ଆଉ ଜଣେ ନୂଆ ନେତାଙ୍କୁ କଂଗ୍ରେସ ସାମ୍ନାକୁ ଆଣିବ । ୨୦୨୪ ନିର୍ବାଚନରେ ବିଜେପିକୁ ଚେକ୍‌ ଦେବା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରୁଛି କଂଗ୍ରେସ ! ଲୋକସଭା ନିର୍ବାଚନରେ ବିରୋଧୀ ଦଳର ଅଧିନାୟକ କିଏ ହେବେ ସେ ନେଇ ତୃଣମୂଳ କଂଗ୍ରେସ ଏବଂ କଂଗ୍ରେସ ମଧ୍ୟରେ ଛକାପଞ୍ଝା ଲାଗିରହିଛି । ଏହାରି ମଧ୍ୟରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ବଡ ସଙ୍କେତ ଦେଇଛନ୍ତି । ସେ କହିଛନ୍ତି, ‘ଆଗାମୀ ନିର୍ବାଚନରେ ଦଳ ପକ୍ଷରୁ ରାହୁଲ ଗାନ୍ଧି ନୁହେଁ ବରଂ ଅନ୍ୟଜଣଙ୍କୁ ନେତୃତ୍ବ ଭାର ଦେଇପାରେ । ୨୦୨୪ ନିର୍ବାଚନରେ ବିଜେପିର ପ୍ରଧାନମନ୍ତ୍ରୀ ଚେହେରା କିଏ ହେଉଛନ୍ତି ତାହା ଦେଖିବା ପରେ କଂଗ୍ରେସ ପକ୍ଷରୁ ନିଷ୍ପତ୍ତି ନିଆଯିବ’ ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କିଛି ଦିନ ପୂର୍ବରୁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ହିଁ କହିଥିଲେ ଯେ ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ଦଳ ଆଗାମୀ ଲୋକସଭା ନିର୍ବାଚନ ଲଢିବ । ସେଥିପାଇଁ ତୃଣମୂଳ କଂଗ୍ରେସ ପ୍ରମୁଖ ମମତା ବାନାର୍ଜୀ ଏବେ ନିଜର ଏକ ମେଣ୍ଟ କରିବାକୁ ଯାଉଛନ୍ତି । ମୋଦିଙ୍କ ବିପକ୍ଷରେ ଦିଦି ହିଁ ପ୍ରମୁଖ ଚେହେରା ହେବେ ବୋଲି ଟିଏମ୍‌ସି ଦାବି କରୁଛି ଏବଂ ରଣନୀତି ମଧ୍ୟ ପ୍ରସ୍ତୁତ ଆରମ୍ଭ ହୋଇଯାଇଛି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବର୍ତ୍ତମାନ ନିଜ ପାଇଁ ସମର୍ଥନ ଖୋଜିବାରେ ଲାଗିପଡିଛନ୍ତି । ୟୁପିଏ ସହିତ ମେଣ୍ଟରେ ଥିବା ଅନେକ ଦଳ ସହିତ ସେ ଯୋଗାଯୋଗରେ ଥିବା ମଧ୍ୟ ଚର୍ଚ୍ଚା ହେଉଛି । ଅର୍ଥାତ ଏଥିରୁ ସ୍ପଷ୍ଟ ଯେ, ୟୁପିଏ ମେଣ୍ଟରେ ଥିବା କିମ୍ବା କଂଗ୍ରେସକୁ ସମର୍ଥନ ଦେଉଥିବା କିଛି ଦଳଙ୍କୁ ଦିଦି ନିଜ ମହାମେଣ୍ଟରେ ସାମିଲ କରିପାରନ୍ତି । ତେଣୁ ଭୂପେଶ ବଘେଲ ଦେଇଥିବା ବୟାନ କଂଗ୍ରେସରେ ନେତୃତ୍ବ ବଦଳ ନେଇ ସଙ୍କେତ ଦେଉଛି ।

ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ୟୁପିଏରେ ମଧ୍ୟ ଏମିତି କିଛି ନେତା ରହିଛନ୍ତି ଯେଉଁମାନେ କି ରାହୁଲ ଗାନ୍ଧିଙ୍କୁ ମୋଦିଙ୍କ ମଜବୁତ ବିକଳ୍ପ ଭାବୁ ନାହାନ୍ତି । ତେଣୁ କଂଗ୍ରେସକୁ ଏ ଡର ମଧ୍ୟ ରହୁଛି ଯେ, ୟୁପିଏରେ ଥିବା ଅସନ୍ତୁଷ୍ଟ ନେତାମାନେ ମମତା ବାନାର୍ଜୀଙ୍କୁ ସମର୍ଥନ ନଦିଅନ୍ତୁ । ଭୂପେଶ ବଘେଲ ଦିଦିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ପଶ୍ଚିମବଙ୍ଗ ମୁଖ୍ୟମମନ୍ତ୍ରୀ ଏହା ସ୍ପଷ୍ଟ କରିବା ଉଚିତ ଯେ ସେ ନିଜ ଦଳକୁ ଜାତୀୟ ରାଜନୀତିରେ ସାମ୍ନାକୁ ଆଣି ବିଜେପି ସହ ଲଢି ମୁଖ୍ୟ ବିରୋଧୀ ଦଳ ହୋଇପାରିବେ ନା ବିରୋଧୀମାନଙ୍କ ସହ ଲଢି ମୁଖ୍ୟ ବିରୋଧୀ ହେବାକୁ ଚାହୁଁଛନ୍ତି ।  

କଂଗ୍ରେସ ବିରୋଧୀ ଦଳର ମୁଖ୍ୟ ସ୍ତମ୍ଭ ଏବଂ ଏହା ବିନା ଜାତୀୟ ସ୍ତରରେ ବିଜେପି ବିରୋଧୀ କୌଣସି ସାମ୍ମୁଖ୍ୟ ସମ୍ଭବ ନୁହେଁ । କଂଗ୍ରେସର ବରିଷ୍ଠ ନେତା ବଘେଲ କହିଛନ୍ତି ଯେ, ୟୁପିଏ ସହ ଜଡିତ ଦଳ ତଥା ମେଣ୍ଟରେ ଥିବା ପାର୍ଟିଗୁଡିକର ମୁଖ୍ୟ ଏବଂ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ ଆସନ୍ତା ଲୋକସଭା ନିର୍ବାଚନରେ ​​ବିରୋଧୀ ଦଳର ମୁଖ୍ୟ କିଏ ହେବେ ସେ ନେଇ ନିଷ୍ପତ୍ତି ନେବେ । ଆସନ୍ତା ଲୋକସଭା ନିର୍ବାଚନରେ ​​ରାହୁଲ ଗାନ୍ଧୀ ବିରୋଧୀ ଦଳର ମୁଖ୍ୟ ହେବେ କି ବୋଲି ପଚରାଯିବାରୁ ସେ କହିଛନ୍ତି ଯେ, ୟୁପିଏରେ ଅନେକ ଦଳ ଅଛନ୍ତି ଏବଂ ମୁଖ୍ୟ ହେଉଛନ୍ତି ସୋନିଆ ଗାନ୍ଧି । ସମସ୍ତେ ଏକାଠି ମିଶି ନିଷ୍ପତ୍ତି ନେବେ। ସେ ଆହୁରି ମଧ୍ୟ କହିଛନ୍ତି, ରାହୁଲ ଗାନ୍ଧି ହେଉଛନ୍ତି ଦେଶର ଏକମାତ୍ର ନେତା ଯିଏ କି ଲଗାତାର ଭାବେ ବିଜେପି ଏବଂ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ସମୟରେ ସମାଲୋଚନା କରୁଛନ୍ତି ।

   Related Posts