କଂଗ୍ରେସ ଟାର୍ଗେଟରେ ବାପ ପୁଅ : ନିରଞ୍ଜନ ଏବଂ ତାଙ୍କ ପୁଅ ନବଜ୍ୟୋତିଙ୍କୁ ଜିତାଇବା ପାଇଁ ପୁରା ଦମରେ ଲାଗିପଡିଛି ଦଳ

Published By : Prameya-News7 Bureau | April 20, 2019 IST

ଭୁବନେଶ୍ୱର ୨୦/୪ : କଂଗ୍ରେସ ଟାର୍ଗେଟରେ ବାପ ପୁଅ।  ମାନେ ପସିସି ସଭାପତି  ନିରଞ୍ଜନ ପଟ୍ଟନାୟକ ଏବଂ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ। ଏହି ଦୁଇ ଜଣଙ୍କୁ ଜିତାଇବା ପାଇଁ ପୁରା ଦମରେ ଲାଗିପଡିଛି କଂଗ୍ରେସ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଘଷିପୁରା ଏବଂ ଭଣ୍ତାରୀପୋଖରୀରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ବାଲେଶ୍ବର ଏମପି ପାଇଁ ପ୍ରାର୍ଥୀ ହୋଇଛନ୍ତି। ତେଣୁ  ଭଣ୍ତାରୀ ପୋଖରୀ ବିଧାନସଭା ଏବଂ ବାଲେଶ୍ବର ଲୋକସଭା ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ତେଣୁ ଏହି ଦୁଇ ଆସନ ଟାର୍ଗେଟ କରି କଂଗ୍ରେସ ଏବେ ପୂରା ଦମ ଲାଗାଇଛନ୍ତି । ତାହା ସହିତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଣି ପ୍ରଚାର କରିବା ପାଇଁ ଯୋଜନା କରିଛି କଂଗ୍ରେସ।

{"id":105446}

ଏହି ଦୁଇ ନିର୍ବାଚନ ମଣ୍ତଳୀଙ୍କୁ ଟାର୍ଗେଟ କରି ରାହୁଲ ଗାନ୍ଧୀଙ୍କ ମିଟିଂ ପାଇଁ ବାଲେଶ୍ବର, ଭଣ୍ତାରୀ ପୋଖରୀ, ଏବଂ ଜଗତ ସିଂହପୁର ପ୍ରସ୍ତାବ ରହିଛି । ୨୪ ଅବା ୨୫ ତାରିଖରେ ରାହୁଲ ଓଡିଶା ଗସ୍ତରେ ଆସିପାରିନ୍ତି।  ଦ୍ବିତୀୟ ପ୍ରର୍ଯ୍ୟାୟ ନିର୍ବାଚନ ପାଇଁ ରାହୁଲଙ୍କ ଫୁଲବାଣୀ ଗସ୍ତ ବାତିଲ ହୋଇଥିଲା। ପରିବାରରୁ ଜଣଙ୍କୁ ଟିକେଟ ଦେବା ପାଇଁ କଂଗ୍ରେସ ଘୋଷଣା କରି୍‌ଥିଲା। କିନ୍ତୁ ଏହି ମାନଦଣ୍ତ ଟିକେଟ ବଣ୍ଟନ ବେଳେ କୁଆଡେ ହଜି ଯାଇଥିଲା। ଏବେ ଏବଇ ସିସି ଆଗରେ ବାପ ପୁଆ ବଦନାମ ହେବା ପୂବରୁ କେମିତି ଜିତି ସମ୍ମାନ ରକ୍ଷା କରିବେ। ସେଥିପାଇଁ କଂଗ୍ରେସ ଅଧ୍ୟକ୍ଷ ସାହା କରିଛନ୍ତି ନିରଞ୍ଜନ ଏଣ୍ତ କୋ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.