ବରୀରେ କଂଗ୍ରେସର ନିର୍ବାଚନୀ ପ୍ରଚାର

Published By : Prameya-News7 Bureau | April 26, 2019 IST

ଚଣ୍ଡିଖୋଲ ୨୬|୪: ନବୀନ ସରକାର ୧୯ବର୍ଷ ମଧ୍ୟରେ ସଂଖ୍ୟାଲଘୁମାନଙ୍କ ପାଇଁ କିଛି କରିନାହାନ୍ତି । ସେମାନଙ୍କ ଉଦ୍ୟମରେ ଶାସନ ଗାଦିରେ ବସିଛନ୍ତି । ନବୀନ ଓ ମୋଦି ସରକାର ସଂଖ୍ୟାଲଘୁମାନଙ୍କ ପାଇଁ କିଛିବି କରିନାହାନ୍ତି । ଏହି ନିର୍ବାଚନରେ ଜନସାଧାରଣ ଦୁଇ ଦଳକୁ ଉଚିତ୍ ଜବାବ ଦେଇ ସରକାର ପରିବର୍ତ୍ତନ କରିବେ । ରାଜ୍ୟ ସରକାର ଛତା, କମଳ ଦେଇ ଗୁଣ୍ଡା ଶାସନ ଚଳାଇ ନାଗରିକର ନାଗରିତ୍ବକୁ ହରାଇଦେଇଛନ୍ତି । କାଳିଆ ଯୋଜନାରେ ରାଜ୍ୟ ସରକାର ଭଣ୍ଡେଇ ଭୋଟ୍ ନେବାକୁ ଚକ୍ରାନ୍ତ ଚଳାଇଛନ୍ତି । ୨୦ ବର୍ଷ ପୂର୍ବେ କଂଗ୍ରେସ ଯାହା ଥିଲା ସେମିତି ଅଛି ।  ଏହିଠାରେ ବରୀ ସଂଗ୍ରାମୀ ମାଟିରେ ଯାଜପୁରବାସୀ ସେମାନଙ୍କୁ ଉଚିତ୍ ଜବାବ ଦବେ ବୋଲି ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ  ରସୁଲପୁର ବ୍ଲକର ବ୍ରହ୍ମବରଦାଠାରେ ଆୟୋଜିତ କଂଗ୍ରେସର ନିର୍ବାଚନୀ ସଭାରେ ପ୍ରଦେଶ କମିଟି କାର୍ଯ୍ୟକାରୀ ସଭାପତି ପ୍ରଦିପ ମାଝି, ପିସିସି କୋଷାଧ୍ୟକ୍ଷ ତଥା କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମ୍, ହାଇଟେକ୍ ମେଡିକାଲର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ ଓ ଆଦିବାସୀ ନେତା ହିମାଂଶୁ ଲିଙ୍ଗା ଯୋଗ ଦେଇ ଜନସାଧାରଣଙ୍କୁ ଉଦବୋଧନ ଦେଇଥତିଲେ ।

{"id":107592}

କଂଗ୍ରେସ ୧୪୭ସିଟ୍ ମଧ୍ୟରୁ ୮୭ଜଣ ଯୁବକ ପ୍ରାର୍ଥୀଙ୍କୁ ପ୍ରାର୍ଥୀତ୍ବ କରାଇଛି । ଯାହାକି ସେମାନେ ୩୦ ବର୍ଷ ଜନସାଧରଣଙ୍କ ନିମନ୍ତେ କାମ କରିବେ । ଯାଜପୁର କଂଗ୍ରେସ ସଂ।ସଦ ପ୍ରାର୍ଥୀ ମାନସ ଜେନା ଓ ବରୀ ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ପ୍ରାର୍ଥୀ ଉମେଶ ଜେନାଙ୍କୁ ବିପୁଳ ପରିମାଣରେ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ ଆହ୍ବାନ ଦେଇଥିଲେ । ଅପରାହ୍ନରେ କଂଗ୍ରେସ କର୍ମୀମାନେ ଏକ ବିଶାଳ ବାଇକ୍ ଶୋଭାଯାତ୍ରାରେ କଂଗ୍ରେସ ନେତାମାନଙ୍କୁ ପ୍ରଥମାଖଣ୍ଡଠାରୁ ବାହାରି ବ୍ରହ୍ମବରଦା ନିର୍ବାଚନୀ ସଭାରେ ପଂହଚିଥିଲେ । ବରୀ ବିଧାୟକ ପ୍ରାର୍ଥୀ ଉମେଶ ଜେନାଙ୍କ ସଭାପତିତ୍ବରେ ଏହି ସଭା ଅନୁଷ୍ଠିତ ହୋଇଥିଲା । ଶେଷରେ ବରିଷ୍ଠ କଂଗ୍ରେସ ନେତା ବିଷ୍ଣୁ ଚରଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । । ଏହି ସଭାରେ ୩ ହଜାରରୁ ଅଧିକ ଜନସାଧରଣ ଯୋଗ ଦେଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.