ରାସ୍ତାରେ ତେଲ ତାତି : ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛି କଂଗ୍ରେସ

Published By : Prameya-News7 Bureau | September 09, 2018 IST

ଭୁବନେଶ୍ବର ୯|୯: ରାସ୍ତାରେ ତେଲ ତାତି । ତୈଳ ଦର ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାରକୁ ଘେରିଛନ୍ତି ବିରୋଧୀ । ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛି କଂଗ୍ରେସ । ଭାରତ ବନ୍ଦ ସମୟରେ ଯେପରି ସ୍କୁଲ ଛାତ୍ରଛାତ୍ରୀ ମାନେ କୌଣସି ସମସ୍ୟାରେ ନ ପଡନ୍ତି ସେଥିପାଇଁ କାଲି ସବୁ ସ୍କୁଲ ବନ୍ଦ ନେଇ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ତୈଳ ଦର ବୃଦ୍ଧିକୁ ନେଇ ପୂରା ଦେଶରେ ବନ୍ଦ ଡାକରା ଦେଇଛି କଂଗ୍ରେସ । ଏପଟେ ପୂର୍ବରୁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ବିଜେଡି ମଧ୍ୟ ରାସ୍ତାକୁ ଓହ୍ଲାଇଛି। ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ୍ ସାମ୍ନାରେ ୨ ଘଣ୍ଟିଆ ପିକେଟିଂ କରୁଛି ଦଳ । ଗତ ୭ ତାରିଖରୁ ଏହି ପ୍ରତିବାଦ ବିକ୍ଷୋଭ ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.