ତୈଳ ଦର ନକମିଲେ ଫେବୃଆରୀ ୧୫ରେ କଂଗ୍ରେସର ଓଡିଶା ବନ୍ଦ ଡାକରା

Published By : Prameya-News7 Bureau | January 30, 2021 IST

ବ୍ରହ୍ମପୁର ୩୦।୦୧: ତୈଳ ଦର ହ୍ରାସ ନହେଲେ ଫେବୃଆରୀ ୧୫ରେ କଂଗ୍ରେସ ପକ୍ଷରୁ  ଓଡିଶା ବନ୍ଦ କରାଯିବ। ବ୍ରହ୍ମପୁରରେ ଚାଲିଥିବା ଦଳୀୟ ସମାବେଶରେ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଏଥିସହ ତୈଳ ଦର କମାଇବାକୁ ନିରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି।

ଦଳୀୟ ସମାବେଶରେ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି ନିରଞ୍ଜନ ପେଟ୍ରୋଲ ଦର ଅତିକମରେ ୧୦ ଟଙ୍କା କମ କମାଇବାକୁ ଦାବି କରିଛନ୍ତି। ତୈଳ ଦର ନକମିଲେ ଫେବୃଆରୀ ୧୫ରେ ଓଡିଶା ବନ୍ଦ ଡାକରା ଦିଆଯିବ ବୋଲି କରିଛନ୍ତି ନିରଞ୍ଜନ ପଟ୍ଟନାୟକ। ତୈଳ ବୃଦ୍ଧି ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସେ ଦାୟୀ କରିଛନ୍ତି।

ସୂଚନାଯୋଗ୍ୟ, ସମଗ୍ର ଦେଶରେ ତୈଳ ଦର ହୁ ହୁ ହୋଇ ବଢିବାରେ ଲାଗିଛି। ଦେଶର ଅନେକ ସ୍ଥାନରେ ପେଟ୍ରୋଲ ଦର ୧୦୦ ପାଖାପାଖି ଛୁଇଁଲାଣି। ରାଜଧାନୀ ଭୁବନେଶ୍ଵରରେ ପେଟ୍ରୋଲ ଲିଟର ପିଛା ଦିନକୁ ଦିନ ବୃଦ୍ଧି ପାଇ ୮୬.୯୬ ଟଙ୍କାରେ ପହଞ୍ଚିଛି।

ବ୍ରହ୍ମପୁରରେ  ନିବାର ମହାତ୍ମାଗାନ୍ଧୀଙ୍କ ତିରୋଧନ ଦିବସ ସମାରୋହ ବୈଠକ ଆୟୋଜିତ ହୋଇଛି। ଓଡିଶା କଂଗ୍ରେସ ପକ୍ଷରୁ ଆୟୋଜିତ ଏହି ସମାବେଶରେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର,  ପି ସି ସି ସଭାପତି ନିରଞ୍ଜନ ପଟ୍ଟନାୟକ,  ତାରା ବାହିନିପତି,  ନରସିଂହ ମିଶ୍ର,  ଗଞାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନା,  ସୁର ରାଉତ ରାୟ,  ଜୟଦେବ ଜେନା, ଶରତ ପଟ୍ଟନାୟକ,  ଛାତ୍ର କଂଗ୍ରେସ ସଭାପତି ୟାସିର୍ ଅହମ୍ମଦ, ଖଡିଆଳ   ବିଧାୟକ ଅଧିରାଜ ପାଣିଗ୍ରାହୀ, ମୋହନା ବିଧାୟକ ଦାସରଥୀ ଗମାଙ୍ଗ ଆଦି ଯୋଗ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.