ଧାନମଣ୍ଡିରେ ଅଚଳାବସ୍ଥା ; ପ୍ରତିବାଦରେ ଜୟପୁରରେ କଂଗ୍ରେସର ରାସ୍ତା ଅବରୋଧ
13/12/2018 at 2:32 PM

କୋରାପୁଟ ୧୩|୧୨: କୋରାପୁଟର ବିଭିନ୍ନ ଧାନ ମଣ୍ଡିରେ ଅଚଳାବସ୍ଥା ଲାଗି ରହିଛି । ଏଫଏକ୍ୟୁ ଆଳରେ ମିଲର ଧାନ କିଣୁ ନାହାନ୍ତି । ଅମଳ ଫସଲ ଧରି ମଣ୍ଡିକୁ ଆସୁଥିବା ଚାଷୀ ହତାଶ ହୋଇ ସରକାରୀ ଦରଠାରୁ କମ୍ ଦାମରେ ବିକୁଛନ୍ତି । ଫଳରେ ଚାଷୀ ଅଭାବି ବିକ୍ରିର ଶୀକାର ହେଉଥିବା ଅଭିଯୋଗ ହେଉଛି । ଏହାର ପ୍ରତିବାଦରେ ଆଜି କଂଗ୍ରେସର ଜୟପୁରରେ ୫ ଘଣ୍ଟିଆ ରାସ୍ତାରୋକ କରାଯାଇଛି । ଜୟପୁର ଦେଇ ଯାଇଥିବା ଜାତୀୟ ରାଜପଥକୁ ଦିନ ୧୦ଟାରୁ ୩ ଟା ପର୍ଯ୍ୟନ୍ତ ଅବରୋଧ କରିବାକୁ ଘୋଷଣା କରିଥିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି।