ରାଜସ୍ଥାନ ରାଜନୀତି: ସିବିଆଇ ତଦନ୍ତ ଦାବି କଲା ବିଜେପି, କହିଲା- 'ଫେକ୍ ଅଡିଓ କ୍ଲିପ୍ କରି ବଦନାମ କରୁଛି କଂଗ୍ରେସ'

Published By : Prameya-News7 Bureau | July 18, 2020 IST

ଜୟପୁର, ୧୮।୦୭: ରାଜସ୍ଥାନରେ ରାଜନୈତିକ ଡ୍ରାମା ଥମିବାର ନାଁ ନେଉନାହିଁ । ବିଧାୟକଙ୍କୁ କିଣାବିକା ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏକ ଅଡିଓ କ୍ଲିପ୍ ଭାଇରାଲ ହୋଇଥିଲା । ଏହି ଅଡିଓ କ୍ଲିପରେ ସିବିଆଇ ଯାଞ୍ଚ କରାଯାଉ ବୋଲି ବିଜେପି ଦାବି କରିଛି । ବିଜେପି ପକ୍ଷରୁ ଏନେଇ ପୋଲିସରେ ଅଭିଯୋଗ କରିଛି ।

ବିଜେପି ଅଭିଯୋଗ କରିଛି ଯେ, କଂଗ୍ରେସ ନେତା ରଣଦୀପ ସୁରେଜଓ୍ୱାଲା, ଲୋକେଶ ଶର୍ମା ବିଧାୟକଙ୍କୁ କିଣାବିକା ନେଇ ଫେକ୍ ଅଡିଓ ପ୍ରସ୍ତୁତ କରିଛନ୍ତି । ବିଜେପିକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ବିଜେପି ଏ ସମ୍ବନ୍ଧରେ ମାନହାନୀ ମାମଲା କରିଛି । ଏହାସହ ଏହି କଂଗ୍ରେସ ନେତାଙ୍କୁ ଗିରଫ କରାଯାଉ ବୋଲି କହିଛି ।

ଏହି ଅଡିଓ କ୍ଲିପ୍ ମାମଲାରେ ରାଜ୍ୟର ଆଣ୍ଟି କରପସନ୍ ବ୍ୟୁରୋ ବା ଏସିବି ମଧ୍ୟ ଏକ ଏଫଆଇଆର ରୁଜ୍ଜୁ କରିଛି । ବିଧାନସଭାର ମୁଖ୍ୟ ସଚେତକ ମହେଶ ଜୋଶୀଙ୍କ ଅଭିଯୋଗ ପରେ ଏଫଆଇଆର ରୁଜୁ ହୋଇଛି । ଏଫଆଇଆରରେ କୁହାଯାଇଛି ଯେ, ଭମ୍ବରଲାଲ ଶର୍ମାଙ୍କୁ ଏଥିରେ ମୋହରା ବନାଯାଇଛି । ତାଙ୍କ ସ୍ୱର ସେ ଜାଣିଛନ୍ତି ।

ଏହା ମଧ୍ୟରେ ଏସଓଜି ଟିମ୍ ଏକ ବଡଧରଣର କାର୍ଯ୍ୟାନୁଷ୍ଠାନ ନେଇଛି । ଟିମ୍ ସଞ୍ଜୟ ଜେନଙ୍କୁ ଗିରଫ କରିଛି । ଏପରିକି ଆୟକର ବିଭାଗ ମଧ୍ୟ ଚଢାଉ କରି ତାଙ୍କଠାରୁ ୧.୭ କୋଟିର ବେଆଇନ ସମ୍ପତ୍ତି ଠାବ କରିଥିଲା ।ଆହୁରି ମଧ୍ୟ ୧୨ କୋଟିର ଅଳଙ୍କାର ଜବତ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.